ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଏସ ୟୁ ସି ଆଇ କମ୍ୟୁନିଷ୍ଟ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶା ରାଜ୍ୟ କମିଟି ସଂପାଦକ କମ୍ରେଡ ଧୁର୍ଜଟୀ ଦାସ ଚିକିତ୍ସା ଧୀନ ଅବସ୍ଥାରେ କଲିକତା ର ହାର୍ଟ କ୍ଲିନିକ୍ ରେ ଶେଷ ନିଃଶ୍ୱାସ ତ୍ୟାଗ କରି ଛନ୍ତି। ସେ ଛାତ୍ରାବସ୍ଥାରୁ ବିପ୍ଳବୀ ଜୀବନର ଆରମ୍ଭ କରିଥିଲେ। ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ଏ ଆଇ ଡି ଏସ ଓ ର ନେତା ଭାବେ ବହୁ ଶକ୍ତି ଶାଳୀ ଛାତ୍ର ଆନ୍ଦୋଳନ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନ ପରିଚାଳନା କରିଥିଲେ। ତାଙ୍କର ଅସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରି ବା ଅତ୍ୟନ୍ତ ଦୁଃଖ ଓ କଷ୍ଟ ଦାୟକ। ତାଙ୍କ ସମ୍ମାନାର୍ଥେ ଗତକାଲି ଅପରାହ୍ନରେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ନାଉଗାଁ ଆଞ୍ଚଳିକ କମିଟି ସଦସ୍ୟ ମାନେ ଏକତ୍ରିତ ହୋଇ ତାଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ସଂଗ୍ରାମୀ ଜୀବନର ସ୍ମୃତି ଚାରଣ କରିଥିଲେ। ଜିଲ୍ଲା କମିଟି ସଂପାଦକ ସୁବାସ ସ୍ବାଇଁ, ଆଞ୍ଚଳିକ କମିଟି ସଂପାଦକ ମହେଶ୍ୱର ଦାସ, ଜିଲ୍ଲା କମିଟି ସଦସ୍ୟ ବସନ୍ତ ମଲିକ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏ ଆଇ ଏମ ଏସ ଏସ ଜିଲ୍ଲା କମିଟି ସଭାପତି ରଶ୍ମି ରେଖା ନାୟକ, ଅଲ୍ ଇଣ୍ଡିଆ କିଷାନ ଖେତ ମଜଦୁର ସଂଗଠନ ଏ ଆଇ କେ କେ ଏମ ଏସ ଆର୍ତ୍ତ ଦାସ ଯୁବନେତା ରଘୁନାଥ ଦାସ ପୂର୍ଣ୍ଣିମା ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।