ଏସୟୁଜେର ସାଧାରଣ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ

24

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ ଏସୟୁଜେ ଗଜପତି ଶାଖାର ସାଧାରଣ ବୈଠକ ଓ ବନ୍ଧୁ ମିଳନ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଉପରେ ଆଲୋଚନା ହୋଇ ଥିଲା।ବିଭିନ୍ନ କ୍ଷେତ୍ରରେ ଦିଗଦର୍ଶନ ଦେବାରେ ସାମ୍ବାଦିକଙ୍କ ଭୂମିକା, ସାମ୍ବାଦିକ ମାନଙ୍କ ପେନସନ ବ୍ୟବସ୍ଥା ଲାଗୁ,ସାମ୍ବାଦିକଙ୍କ ସୁରକ୍ଷା, ସ୍ଥାନୀୟ ତଥା ଜିଲ୍ଲାର ସମସ୍ୟା, ଅଭାବ ଅସୁବିଧା ସୁଧାରିବା ଦିଗରେ ନିର୍ଭୀକ ଭାବେ ସତ୍ୟ ଖବର ପ୍ରକାଶ, ଏସ ୟୁ ଯେ କୁ ମଜବୁତ କରିବା ଆଦି ଉପରେ ଆଲୋଚନା ହେବା ସହ ସଂଘର ସଦସ୍ୟ ବିବେକାନନ୍ଦ ବେହେରା ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ।ସେହିପରି ଆର୍ଥିକ ଅନଟନରେ ଜୀବନ କାଟୁଥିବା ସାମ୍ବାଦିକ ମାନଙ୍କ ପ୍ରତି କୌଣସି ଉଚିତ ପଦକ୍ଷେପ ନିଆ ଯାଉ ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 30ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ ଶେଷରେ ଦିବଂଗତ ସାମ୍ବାଦିକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More