ବିରିଡି (ସଂଘର୍ଷ ମିଡିଆ ) : କରୋନା ମହାମାରୀ ସମୟରେ ଏସ୍ଏଚଜ୍ ମହିଳା ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ବିଶେଷକରି ଲୋକମାନଙ୍କୁ ସଚେତନ କରାଇବା ସୋମାନଙ୍କର ମୁଖ୍ୟ କାର୍ୟ୍ଯ।ଏଣୁ ଦିଲ୍ଲୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଂଞ୍ଜ୍ ପକ୍ଷରୁ ବିରିଡି ବ୍ଳକର ବସୁମାତା ଅନୁଷ୍ଠାନ ସହାୟତାରେ ଆଜି ମଙ୍ଗୁଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବସୁମାତା ସମ୍ପାଦକ ଗୟାଧର ମହାନ୍ତି କଟକ ଜିଲ୍ଲା କଣ୍ଟାପଡା ବ୍ଲକର ୧୪ଗୋଟି ଗ୍ରାମ ପଞ୍ଚାୟତର ୩୦ ଜଣ ଅଗ୍ରଣୀ ମହିଳା ମାନଙ୍କୁ ମେଡିକାଲ କିଟ୍ ବଣ୍ଟନ କରିଛନ୍ତି।ଏହି ମେଡ଼ିକାଲ କିଟ୍ ରେ ଅକ୍ସିମିଟର,ଥର୍ମୋମିଟର,ମାକ୍ସ, ସାନିଟାଇଜର, ମେଡିସିନ ଆଦି ରହିଛି।ଅଗ୍ରଣୀ ମହିଳା ମାନଙ୍କ ମଧ୍ୟରେ ପ୍ରମୋଦିନୀ ପ୍ରଧାନ, ମଧୁସ୍ମିତା ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର, ସଂଯୁକ୍ତା ମହାନ୍ତି, ସୁଲୋଚନା ବେହେରା, ସୁରେଖା ବେହେରା, ସରମିଷ୍ଠା ପ୍ରଧାନ,ପୁଷ୍ପଲତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ।