ଏସ୍ଆଇ ସ୍ୱାଗତିକା ବେହେରା ମୃତ୍ୟୁ ଘଟଣା , କେବେ ନ୍ୟାୟ ମିଳିବ ସେହି ଅପେକ୍ଷାରେ ରହିଲେ ପରିବାର ସଦଶ୍ୟ

28

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) : :-ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ ମୃତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁର , ପାଟଣାଗଡ଼ ଗ୍ରାମ, ମାଁ ଉଷାରାଣୀ ବେହେରା( ବିଧବା) ସେ ଗତ ଡିସେମ୍ବର ୦୧ ତାରିଖ ୨୦୨୧ ମସିହାରେ ଘୁ. ଉଦୟଗିରି ଆଦର୍ଶ ଥାନା ରେ SI ଭାବେ ଜଏନ କରିଥିଲେ। ଆତ୍ମହତ୍ୟା ଖବର ପାଇ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଏସ୍ଆଇ ଙ୍କ ମାଁ,ଭାଇ ଓ ପରିବାର ସଦସ୍ୟ। ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ। ମୃତ ଏସଆଇଙ୍କ ମାଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ ଏହି ଥାନାରେ ମୋ ଝିଅ ଆଠ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିଲା । କାର୍ଯ୍ୟରେ ଯୋଗଦେବା ଦିନଠାରୁ ରିତିମତ ଥାନା ଅଧିକାରୀ ରେବତୀ ଶବର ମୋ ଝିଅ ସ୍ୱାଗତିକାଙ୍କୁ ମାନସିକ ଚାପ ପକାଇବା ସହ ଦୁର୍ବ୍ୟବହାର କରି ଆସୁଥିଲେ। ଏନେଇ ସ୍ଥାନୀୟ ଏସଡିପିଓଙ୍କୁ ସ୍ୱାଗତିକା ମୌଖିକ ଭାବେ ଜଣାଇଥିଲେ । ଏହାପରେ ଏସଡିପିଓ ଆମକୁ ଫୋନ୍ କରି ଏବିଷୟରେ ଜଣାଇବା ସହ ଏଠାକୁ ଆସି ଝିଅକୁ ତୁମେ ବୁଝାସୁଝା କର ବୋଲି କହିଥିଲେ। ଆମେ ଆସି ଘୁ.ଉଦୟଗିରିରେ ପହଁଚିବା ବେଳକୁ ଥାନା ଅଧିକାରୀ ରେବତୀ ଶବର ଛୁଟିରେ ଚାଲି ଯାଇଥିଲେ । ପାଖାପାଖି ୧୦ ଦିନ ଅପେକ୍ଷା କରିବା ପରେ ଆମେ ବାଧ୍ୟ ହୋଇ ଝିଅକୁ ବୁଝାସୁଝା କରି ଫେରିଯାଇଥିଲୁ । ଏଣୁ ମୋ ଝିଅର ମୃତ୍ୟୁ ପାଇଁ ଥାନା ଅଧିକାରୀ ରେବତୀ ଶବର ହିଁ ସମ୍ପୃର୍ଣ ଦାୟୀ । ରେବତୀ ଶବରଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମେ ଶବ ବ୍ୟବଚ୍ଛେଦ କରିବାକୁ ଦେବୁନାହିଁ କିମ୍ବା ଏଠାରୁ ଶବ ନେବୁ ନାହିଁ । ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଧାରଣାରେ ବସିରହିବୁ ବୋଲି କହିଛନ୍ତି ମୃତ ଏସ୍ଆଇଙ୍କ ମା ଉଷାରାଣୀ ବେହେରା । ସେପଟେ ମୋତେ ଏ ବିଷୟରେ ସ୍ୱାଗତିକା କେବେ ଅଭିଯୋଗ କରିନଥିବା କହିଛନ୍ତି ପୋଲିସ ସବଡିଭିଜନାଲ ଅଧିକାରୀ । ଗତକାଲି ରାତିରେ ସ୍ୱାଗତିକାଙ୍କ ମା ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିବା ବେଳେ ପରିବାର ବର୍ଗ ଥାନା ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଘୁ ଉଦୟଗିରି ତହସିଲଦାର ସୁଭ୍ରାଞ୍ଜଳି ପ୍ରଧାନ, ଡିଏସପି ବିଏମ ହରପାଲ୍, ସ୍ଥାନୀୟ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ, ଉପସ୍ଥିତ ରହି ମୃତକଙ୍କ ପରିବାରକୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।ପରିବାର ବର୍ଗ ଆଇଆଇସି ରେବତୀ ଶବରଙ୍କୁ ବହିଷ୍କାର କରିବା ସହ ଗିରଫ ଦାବିରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ତାଙ୍କୁ ଯଦି ବହିଷ୍କାର ନ କରାଯାଏ ତେବେ ଧାରଣାରୁ ଉଠିବୁ ନାହିଁ ବୋଲି ତାଙ୍କ ମା ଓ ଭାଇ ପ୍ରକାଶ କରିଛନ୍ତି । ସେପଟେ ଆମେ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ତହସିଲଦାର ଶୁଶ୍ରୀ ସୁଭ୍ରାଞ୍ଜଳି ପ୍ରଧାନ, ଡିଏସପି ଘୁ.ଉଦୟଗିରି ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ । ସୂଚନା ଅନୁସାରେ କେସ ନମ୍ବର ୧୩୦/୨୨ ରୁଜୁ କରି ଧାରା ୩୦୬ ଅନୁଯାୟୀ ତଦନ୍ତ ଜାରିରହିଥିବା ଓ ପୋଲିସର ତଦନ୍ତରେ ସହଯୋଗ କରିବାକୁ ତଦନ୍ତ ଅଧିକାରୀ ନିବେଦନ କରିଥିଲେ। ଆଇନ ଅନୁଯାୟୀ ସମସ୍ତ ବିଷୟର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରାଯିବ, ପୀଡ଼ିତା ପରିବାର ନିଶ୍ଚୟ ନ୍ୟାୟ ପାଇବେ। କିଛି ସମୟ ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଭିନିତ୍ ଅଗ୍ରୱାଲ ଘୁ.ଉଦୟଗିରି ଥାନାରେ ପହଞ୍ଚି ଧାରଣା ରତ ପରିବାର ଲୋକଙ୍କ ସହ ଆଲୋଚନା ଓ ବୁଝା ସୁଝା କରିବା ସହ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ମହିଳା ଏସଆଇଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାରର ବର୍ଗ ଓ ପୋଲିସ ବିଭାଗ ମଧ୍ୟରେ ହେଉଥିବା ଆଲୋଚନାର କୌଣସି ନିଷ୍କର୍ଷ ବାହାରି ନଥିବାରୁ ମୃତ ଶରୀରର ପଞ୍ଚନାମା ହୋଇନାହିଁ କି ବ୍ୟବଚ୍ଛେଦ କରାଯାଇନାହିଁ ଆଲୋଚନା ଜାରି ରହିଛି।ଏନେଇ ଆମ ପ୍ରତିନିଧି ଅନେକ ଥର iic ରେବତୀ ଶବର ଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ଏବଂ ଅନେକ ଥର ଫୋନ ସହ ଯୋଗା ଯୋଗ କରିଥିଵା ସ୍ୱତେ ଫୋନ କାଟି ଦେଉଥିଲେ iic ରେବତୀ ଶବର |ଏଠି ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି କି iic ପ୍ରତିକ୍ରିୟା ରଖିବା ପାଇଁ ପଛଘୁଞ୍ଚା ହେଉଛନ୍ତି କାହିଁକି ?? ଏବଂ ଚୋର ଡୋକାୟତ ଙ୍କ ଭଲି ଲୁଚୁଛନ୍ତି କାଜିଙ୍କି ???|ଏହା ବୁଧିଯିବି ମୋହଲ ରେ ଏବଂ ଅଞ୍ଚଳରେ ଜୋର ସନ୍ଦେହ ହେଉଥିବା ଶୁଣିବାକୁ ମିଳୁଛି କି.. ଏସ ଆଇ ସ୍ଵାଗତିକା ବେହେରା ଙ୍କ ମୃତ୍ୟୁ ପଛରେ iic ରେବତୀ ଶବର ଙ୍କ ହାତ ଅଛି ବୋଲି |ତେବେ ଦେଖିବାକୁ ବାକି ରହିଛି କି ସବୁ ତଦନ୍ତ ପରେ ଦୂଦ କା ଦୂଦ.. ପାନୀ କା ପାନୀ ହୋଯାଏଗା |କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More