ଏସି ଟନେଲ୍ ଏବଂ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ସୋଲାର ଏନର୍ଜି ମାଧ୍ୟମରେ ବିଦ୍ୟୁତ ସଂଯୋଗ ହେବ

87

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଛି ଏସି ଟନେଲ୍ ଏବଂ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର। ସମ୍ପୁର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏସି ଟନେଲ୍ ଏବଂ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ର ବିଦ୍ୟୁତ ବିଲ୍ କୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା। ତେବେ ଗତ ଜାନୁଆରୀ ଏବଂ ଫେବୃଆରୀ ମାସର ବିଦ୍ୟୁତ ବିଲ୍ ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା ଆସିବା ପରେ ଏହି ବିଲ୍ କୁ କିଭଳି ଭରଣା କରାଯାଇପାରିବ ସେନେଇ ବିକଳ୍ପ ବ୍ୟବସ୍ଥା ନେଇ ଚିନ୍ତା କରାଯାଉଛି। ସୋଲାର ଏନର୍ଜିରୁ ବିଦ୍ୟୁତ ସଂଗ୍ରହ କରାଯାଇ ଶ୍ରୀମନ୍ଦିର, ପରିକ୍ରମା ମାର୍ଗ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର,ଏସି ଟନେଲ୍, ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ଭକ୍ତ ନିବାସର ବିଦ୍ୟୁତ୍ ଖର୍ଚ୍ଚର ଭରଣା କରାଯିବା ନେଇ ଚିନ୍ତା କରାଯାଉଛି। ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ଭକ୍ତ ନିବାସର କୋଠା ଗୁଡ଼ିକ ଉପରେ ସୋଲାର ପ୍ୟାନେଲ ଲଗାଯାଇ ବିଦ୍ୟୁତ ଉତ୍ପାଦନ କରାଯିବା ପରେ ଏହାର ବ୍ୟବହାର କରାଯିବା ନେଇ ଚିନ୍ତା କରାଯାଉଛି। ଫଳରେ ଏକ ପ୍ରଦ୍ୟୁଷଣ ମୁକ୍ତ ବିଦ୍ୟୁତ ଉତ୍ପାଦନ ହେବା ସହ ବିପୁଳ ବିଦ୍ୟୁତ ବିଲ୍ ବୋଝ ରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି। ସେପଟେ ଏସି ଟନେଲ୍ ର ବିଲ୍ ୧୪ ଲକ୍ଷ ଟଙ୍କା ଆସିବା ପରେ ଏହାକୁ ସରକାର ଭରଣା କରିବାକୁ ବରିଷ୍ଠ ସେବାୟତ ଦାବି କରିଛନ୍ତି। ବର୍ଦ୍ଧିତ ବିଦ୍ୟୁତ୍ ବ୍ୟବହାର ବୋଝକୁ କମେଇବା ନେଇ ରାଜ୍ୟ ସରକାର ସୋଲାର ଏନର୍ଜି ଜରିଆରେ ବିଦ୍ୟୁତ୍ ଯୋଗାଇ ଦିଅନ୍ତୁ ବୋଲି ସେବାୟତ ମତ ରଖିଛନ୍ତି। ପୁରୀ ଜେଲ୍ ରୋଡରେ ଥିବା ଶ୍ରୀ ପୁରୁଷୋତ୍ତମ ପାର୍କିଂ ସେଣ୍ଟର ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯାଉଛି। ଏଥିରୁ ବିଦ୍ୟୁତ ଉତ୍ପାଦନ କରାଯାଇ ଶ୍ରୀ ପୁରୁଷୋତ୍ତମ ଭକ୍ତ ନିବାସ, ବହୁତଳ ପାର୍କିଂ, ଦୋକାନ ଗୃହ ପାଇଁ ସେଣ୍ଟ୍ରାଲ ଏସି ପାଇଁ ବିଦ୍ୟୁତ୍ ଉପଯୋଗ କରାଯିବ। ତେଣୁ ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ ର ଥିବା ସମସ୍ତ ଭକ୍ତ ନିବାସର ଛାତ ଉପରେ ଏବଂ ଅନ୍ୟ କିଛି ଖୋଲା ସ୍ଥାନରେ ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇ ଏହାକୁ ଶ୍ରୀମନ୍ଦିର, ପରିକ୍ରମା ମାର୍ଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ, ଏସି ଟନେଲ୍, ଅଭ୍ୟର୍ଥନା କେନ୍ଦ୍ର ଏବଂ ଭକ୍ତ ନିବାସ ଗୁଡ଼ିକରେ ଏହି ବିଦ୍ୟୁତ୍ ବ୍ୟବହାର କରାଯାଇ ବିପୁଳ ବିଦ୍ୟୁତ ବିଲ୍ ବୋଝ କୁ ହ୍ରାସ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ବର୍ତ୍ତମାନ ସମୟରେ ଗ୍ରୀନ୍ ଏନର୍ଜି କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସୋଲାର ପ୍ୟାନେଲ ଜରିଆରେ ବିଦ୍ୟୁତ୍ ବ୍ୟବହାରର ଚାହିଦା ବଢ଼ି ବଢ଼ି ଚାଲିଛି। ଏହାକୁ ଅକ୍ଷୟ ଶକ୍ତି କୁହାଯାଉଥିବା ବେଳେ ଏହାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକ ରହିଛି ବୋଲି ଭକ୍ତ ଓ ସେବାୟତ ମତ ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More