ଏସିପି ଅଫିସ ଆଗରେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ

20

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅଙ୍ଗୁଳାଇ ପଞ୍ଚାୟତର କୁଳାପଡା ଗ୍ରାମର ରମାକାନ୍ତ ନାୟକ ଏସିପି ଅଫିସ ଆଗରେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରି ପୋଲିସ ଦ୍ଵାରା ଉଦ୍ଧାର ହୋଇ ଜିଲ୍ଲା ମେଡିକାଲରେ ଭର୍ତି ହୋଇଛନ୍ତି । ସୂଚନାଯୋଗ୍ୟଯେ ଘରୋଇ ଜମିଜମା ଗଣ୍ତୋଗଳ ଘଟଣାରେ ସଦର ଥାନାର ଏକ ପକ୍ଷିଆ ବିଚାରରେ ସେ ବିବ୍ରତ ଥିଲେ । ଜମି ଉପରେ ୧୪୪ବଳବତ୍ତର ଥିଲେ ମଧ୍ୟ ପୋଲିସ ତାଙ୍କ ଉପରେ ମାନସିକ ଚାପ ପକାଉଥିବ ସେ ଅଭିଯୋଗ କରିଛନ୍ତି । ଆହତ ରମାକାନ୍ତଙ୍କ ରୋଷେଇ ଘର ସାମ୍ନାରେ ଅପରପକ୍ଷ ଲାଟିନ ଟାଙ୍କି ଭାଙ୍ଗିବାରୁ ଦୁର୍ଗନ୍ଧରେ ଚଳ ପ୍ରଚଳ ହେବା କଷ୍ଟ ହେଉଥିବା ସମୟରେ ସଦରଥାନାର ଏସଆଇ ସ୍ୱାଇଁ ବାବୁ ସକାଳୁ ପହଞ୍ଚି ଆହତ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ପୋଲିସର ଶିକାର ହୋଇ ଶେଷରେ ଆଜି ଏସିପିଙ୍କୁ ଭେଟିବାକୁ ଯାଇ ବିଫଳ ହୋଇ ବିଷପାନ କରି ଏବେ ମୁର୍ମୁଷ ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତି ହୋଇଛନ୍ତି ।କେନ୍ଦ୍ରାପଡ଼ାରୁ ଭିକାରୀ ରାଉତଙ୍କ ସହ ପ୍ରଦୀପ ସାହୁଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More