କଟକ(ସଂଘର୍ଷ ମିଡିଆ ) : -କଟକ ଜିଲ୍ଲା ସାଲେପୁର ବାଲିସାହି ପଞ୍ଚାୟତ ବଟେଶ୍ୱର ଗ୍ରାମର ଅମେରେନ୍ଦ୍ର ପଣ୍ଡା କଟକ ACP ଜୋନ 1 ଭାବେ ବର୍ତମାନ କାର୍ଯ୍ୟ କରୁଛନ୍ତି l ଆସନ୍ତା 2022 ଜାନୁଆରୀ 26 ତାରିଖରେ ରାଷ୍ଟ୍ରପତି ପଦକ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏ ନେଇ କେବଳ ସାଲେପୁର ନୁହେଁ ବରଂ କଟକ ଜିଲ୍ଲା ଜନସାଧାରଣ ଓ ପୋଲିସ ପ୍ରଶାସନ ଗର୍ବ ଅନୁଭବ କରୁଛିନ୍ତି l ସାଲେପୁର ମାଟିର ସୁଯୋଗ୍ୟ ସନ୍ତାନ ଗାଁ ଆଉ ମାଟି ମାର ଟେକ ରଖିବା ସହିତ ନିଜ ପରିବାର ଓ ପୋଲିସ ବିଭାଗ ପାଇଁ ଉଦାହରଣ ସୁଷ୍ଟି କରିଛନ୍ତି l ତାଙ୍କ ପରିବାର ଶ୍ରୀ ପଣ୍ଡାଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବା ସହିତ ବେଶ ଆନନ୍ଦିତ ଅଛନ୍ତି l ଏହା ପୂର୍ବରୁ ମଧ୍ୟ୍ୟ ଶ୍ରୀଯୁକ୍ତ ପଣ୍ଡା ପୋଲିସ ବିଭାଗରୁ ଅନେକ ଥର ସଫଳତା ସାଉଁଟିଛନ୍ତି l ତେବେ ନିଷ୍ଠା ଆଉ ଚେଷ୍ଟା ଏପରିକି କୋଭିଡ଼ ସମୟରେ ନିଜର କର୍ତ୍ତବ୍ୟ ସଠିକ ଭାବେ କାର୍ଯ୍ୟ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଛି l ଆହୁରି ମଧ୍ୟ୍ୟ ଆଶା ରଖିଛନ୍ତି ଆଉ ଦୁଇ ପାଦ ଆଗକୁ ଯିବା ସହ ସଫଳତାର ଶୀର୍ଷରେ ପହଂଚିବା ପାଇଁ l ଶ୍ରୀପଣ୍ଡା ଛାତ୍ର ବୟସରୁ ପୋଲିସ ବିଭାଗରେ ଯିବା ପାଇଁ ଆଶା ରଖିଥିଲେ ତାଙ୍କ ଆଶା ଆଜି 28 ବର୍ଷ ପୂର୍ତ୍ତ ହୋଇଥିବା ବେଳେ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ ହେବା ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀଯୁକ୍ତ ପଣ୍ଡା ମାତାବ୍ୟକ୍ତ କରିଛନ୍ତି l ଏପରିକି ଯେଉଁ ପୋଲିସ ଭାଇ ମାନେ ସଠିକ କାର୍ଯ୍ୟ କରିବେ ନିଶ୍ଚିନ୍ତ ସଫଳତା ସାଉଁଟିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି l