ଏସିଡ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଓ ସହଯୋଗୀ ଅନୀଲକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

26

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) :- ଜଗତସିଂହପୁର ଜିଲ୍ଲାର ବହୁଚର୍ଚ୍ଚିତ ପ୍ରମୋଦିନି ରାଉଳଙ୍କୁ ଏସିଡ୍ ମାଡ଼ ଘଟଣା ର ଆଜି ଜଗତସିଂହପୁର କୋର୍ଟ ରେ ରାୟ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଗତ ୨୦୦୯ ମସିହା ଅପ୍ରେଲ ୧୮ ତାରିଖରେ ଜଣେ ପାରା ମିଲିଟାରୀ କର୍ମଚାରୀ ସନ୍ତୋଷ କୁମାର ବେଦାନ୍ତ ନିର୍ବାଚନ ଡିଉଟିରେ ଜଗତସିଂହପୁର ଜିଲ୍ଲାର ତ୍ତିର୍ତ୍ତୋଲ କୁଆସି ଏକତରଫା ପ୍ରେମରେ ବିଫଳ ହୋଇ ପ୍ରମୋଦିନିଙ୍କ ଉପରେ ଏସିଡ୍ ମାଡ଼ କରିଥିଲା। ଏହି ମାମଲାକୁ ୨୦୧୨ ମସିହାରେ ପୋଲିସ ତରଫରୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ତତ୍କାଳୀନ ଏସପି ଜୟ ନାରାୟଣ ପଙ୍କଜ ଏହି କେସ କୁ ରି-ଓପନ କରିଥିଲେ। ଯାହାର ଆଜି ଜଗତସିଂହପୁର ମହିଳା କୋର୍ଟଙ୍କ ତରଫରୁ ଏସିଡ୍ ମାଡ଼ ଘଟଣା ର ଆଜି ରାୟ ପ୍ରକାଶ କଲେ ମାନ୍ୟବର ମହିଳା କୋର୍ଟର ଅତିରିକ୍ତ ଜଜ ଶ୍ରୀମତୀ ରଶ୍ମିତା ସାହୂ ଏହି ଘଟଣାରେ ସମସ୍ତ ସାକ୍ଷୀ ଙ୍କ ବୟାନ କୁ ଆଧାର କରି ଏସ୍ଡ଼ି ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂହରାୟଙ୍କୁ ମାନ୍ୟବର କୋର୍ଟ ୧୪ ବର୍ଷର ଶଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କାର ଜୋରିମାନା ରେ ଦଣ୍ଡିତ କରିଛନ୍ତି।ଜୋରିମାନା ଅନାଦେୟ ଅଧିକ ଛଅ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।ତେବେ ରାୟ ପ୍ରକାଶ ପାଇବା ପରେ ପୀଡିତା ମାନ୍ୟବର ଅଦାଲତ ଙ୍କ ରାୟ କୁ ସମ୍ମାନ ଜଣାଇଛନ୍ତି। ପିଡିତାଙ୍କ ପକ୍ଷରୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More