ଏସିଆନ୍ ଗେମରେ ରୌପ୍ୟ ପଦକ ପାଇଥିବା ବ୍ରହ୍ମଗିରିର ଅଞ୍ଚଳର କିଶୋର ଜେନା ଆଜି ଶ୍ରୀ ଜୀଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ
ପୁରୀ(ସଂଘର୍ଷ ମିଡିଆ) : – ଏସିଆନ୍ ଗେମରେ ଜଭେଲିନରେ ରୌପ୍ୟ ପଦକ ପାଇଥିବା ପୁରୀ ବ୍ରହ୍ମଗିରିର କିଶୋର ଜେନା ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଦୀର୍ଘ 2 ବର୍ଷ ପରେ ସେ ପୁରୀ ଆସିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବେଶ ଖୁସି ଥିବା କହିଛନ୍ତି। ଆଗାମୀ ଅଲମ୍ପିକ୍ସରେ ମେଡାଲ ଆଣି ଦେଶ, ରାଜ୍ୟ ପାଈଁ ସେ ଗୌରବ ଆଣିବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କିଶୋର କହିଚନ୍ତି। ଏଥି ସହିତ ତାଙ୍କୁ ସପୋର୍ଟ ଦେଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ୍ ଦେଇଛନ୍ତି। ଓଡ଼ିଶା ସରକାର କ୍ରୀଡାର ବିକାସ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଅନେକ କ୍ରୀଡା ଭିତ୍ତିଭୂମି ଉନ୍ନତି ହୋଇଚି। ଏଣୁ କ୍ରୀଡାବିତ୍ ମାନେ ଏହାର ଫାଇଦା ନେଇ ଦେଶ, ରାଜ୍ୟ ପାଇଁ ଖେଳି ଗୌରବ ଆଣିବା ପାଇଁ କିଶୋର କ୍ରୀଡା ବିତ୍ ମାନଙ୍କୁ ଆହ୍ଵାନ ଦେଇଛନ୍ତି। ଓଡ଼ିଶା ସରକାର ଖେଳର ବିକାଶ ପାଇଁ ଯେଉଁ ଭଳି ପଦକ୍ଷେପ ନେଉଛନ୍ତି କିଶୋର ପ୍ରଶଂସା କରିଛନ୍ତି। ଆଗାମୀ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତିରେ ଓଡ଼ିଶା ସରକାର ସବୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। କ୍ରୀଡାବିତ ମନଙ୍କୁ ସବୁ କ୍ଷେତ୍ର ରେ ଆର୍ଥିକ ସହଯୋଗ ମିଳିଲେ ଦେଶ ଆହୁରି ଗୌରବ ଲାଭ କରିବ ବୋଲି କିଶୋର କହିଚନ୍ତି । ସେହିପରି ତାଙ୍କର ଆଦର୍ଶ ନୀରଜ ଚୋପ୍ରାଙ୍କୁ ସେ ବହୁତ୍ ଧନ୍ୟବାଦ୍ ଦେଇଛନ୍ତି। ତାଙ୍କର ପରାମର୍ଶରେ ସେ ସଫଳତା ପାଇଥିବା କିଶୋର କହିଛନ୍ତି। ସେପଟେ କିଶୋରଙ୍କୁ ପୁରୀ ଜୋରଦାର ସ୍ଵାଗତ କରାଯାଇଥିଲା। ଅଠରନଳାରୁ ଶ୍ରୀ ମନ୍ଦିର ଯାଏ ପୁରୀର କ୍ରୀଡାବିତ, କ୍ରୀଡା ସଂଗଠକ, ଜିଲା ପ୍ରଶାସନ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ପୂର୍ବତନ କ୍ରୀଡା ସଂସଦ ସଭାପତି ରବୀନ୍ଦ୍ର ପ୍ରତିହାରୀ କହିଚନ୍ତି କିଶୋର ପାଇଁ ଆମେ ଗର୍ବିତ। ପୂରୀ ମାଟିର ସେ ଗୌରବ। ମହାପ୍ରଭୁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ସେ ଆଗାମୀ ଅଲମ୍ପିକ୍ସରେ ଦେଶ ପାଇଁ ମେଡାଲ ଆଣାନ୍ତୁ। ପୂରୀ ଜିଲା କ୍ରୀଡା ଅଧିକାରି ଚନ୍ଦନ ସାହୁ କହିଚନ୍ତି କିଶୋରକୁ ନେଇ ଆମେ ଉତ୍ସାହିତ। ପୁରୀରେ ବିଭିନ୍ନ ଖେଳରେ ଥିବା କ୍ରୀଡାବିତ କିଶୋରଙ୍କୁ ଦେଖି ଉତ୍ସାହିତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୁରୀରେ ଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ ଶେଷ ହୋଇଛି । ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ରହିଚି। ଆଗାମୀ ଦିନରେ ପୁରୀ ଜିଲ୍ଲାରୁ ଆହୁରି ଅନେକ କିଶୋର ବାହାରି ଦେଶ, ରାଜ୍ୟର ଗୌରବ ବଢାଇବେ ବୋଲି ପୁରୀ ଜିଲା କ୍ରୀଡା ଅଧିକାରି କହିଚନ୍ତି। କିଶୋରଙ୍କୁ ସ୍ଵାଗତ କରିବା ପାଇଁ ତାଙ୍କର ପରିବାର ଲୋକ ଶ୍ରୀ ମନ୍ଦିରକୁ ଆସିଥିଲେ। କିଶୋରଙ୍କୁ ନେଇ ସେମାନେ ବେଶ୍ ଖୁସି, ଗର୍ବିତ ବୋଲି କହିଚନ୍ତି। ମହାପ୍ରଭୁଙ୍କୁ ସେମାନେ ପ୍ରାର୍ଥନା କରୁଛନ୍ତି କିଶୋର ଆଗକୁ ଆହୁରି ସଫଳ ହୋଇ ଦେଶ ର ଗୌରବ ରଖୁ। ପୁରୀ ବ୍ରହ୍ମ ଗିରି ର କୋଠସାହୀ ଗ୍ରାମବାସୀ କିଶୋରକୁ ଜୋରଦାର ସ୍ଵାଗତ ପାଇଁ ସବୁ ବ୍ୟବସ୍ଥା କରିଥିବା କିଶୋରଙ୍କ ଭଉଣୀ କହିଛନ୍ତି।