ଏସସିବିସି ସର୍ଭେ ତାଲିମ ଶିବିର

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସମନ୍ଵୟ ଶିଶୁ ବିକାଶ କାର୍ଯ୍ୟାଳୟ ର ସଭା ଗୃହ ଠାରେ ଆଜି ଏସ ସି ବି ସି ସର୍ଭେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଓଡିଶା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କ ରେ ସର୍ଭେ ପାଇଁ ନିୟୋଜିତ ହୋଇଥିବା ଏନୁମୋରେଟର ଓ ପରିଦର୍ଶିକା ମାନଙ୍କୁ ଆଜି ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ତାଲିମ ଶିବିରରେ ପାପଡାହାଣ୍ଡି ସିଡିପିଓ ଏସ. ଗୀତା , ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ , ପାପଡାହାଣ୍ଡି ବି ଡି ଓ ଦିବାକର ବାଗ ଯୋଗ ଦେଇଥିଲେ | ପାପଡାହାଣ୍ଡି ବ୍ଲକ ର 23 ପଞ୍ଚାୟତ କୁ ନେଇ 75 ଗୋଟି ସେଣ୍ଟର କରାଯାଇଛି | ତନ୍ମମଧ୍ୟରୁ ଆଜି 42 ଗୋଟି ସେଣ୍ଟର ରୁ ଅଙ୍ଗନବାଡି କର୍ମୀ ବା ଏନୁମୋରେଟର ଓ ପରିଦର୍ଶିକା ଉପସ୍ଥିତ ଥିଲେ | ଏହି ତାଲିମ ଶିବିର କୁ ଦୁଇଗୋଟି ଭାଗରେ ତାଲିମ ଦିଆଯିବ | ପ୍ରଥମେ 10-11 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱତୀୟ ଭାଗ 20-21ତାରିଖ ପର୍ଯ୍ୟନ୍ତ ଚାଲିବ | ଏନୁମୋରେଟର ମାନେ ପ୍ରତ୍ୟେକ ଘରେ ଘରେ ବୁଲି ଏହି ସର୍ଭେ କରିବେ ଏବଂ ସେମାନଙ୍କୁ ପରିଦର୍ଶିକା ମାନେ ତଦାରଖ କରିବେ | ଏହି ଅବସରରେ ପାପଡାହାଣ୍ଡି ସମନ୍ଵୟ ଶିଶୁ ବିକାଶ ର ପରିଦର୍ଶିକା ତୃଷ୍ନା ବିଦ୍ୟା ନାୟକ , ଚନ୍ଦନା ମହାରଣା , ପରବିନ ବାନୁ , ରମା ପଟନାୟକ , କ୍ରୀଷ୍ଟ ଲତା କ୍ଷେତ୍ରୀୟ , ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More