ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାର ସୁପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏସଭିଏମ କଲେଜ ୧୯୯୩ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବଂଧୁମିଳନ କାର୍ଯ୍ୟକ୍ରମ ଯୋଗଧାରୀ ସ୍ଥିତ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ତପନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ଯକ୍ରମରେ ଏହି ବ୍ୟାଚର ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା,ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀ ବିରଞ୍ଚି ଆଚାର୍ଯ୍ୟ, ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ରୁଦ୍ର ମହାନ୍ତି,ପ୍ରତାପ ମିଶ୍ର, ମଧୁସ୍ମିତା ମହାନ୍ତି, ତନୁଶ୍ରୀ ମିଶ୍ର ପ୍ରମୁଖ ୮୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ବ୍ୟବଧାନ ପରେ ଏକାଠି ହେବାର ସୁଯୋଗ ମିଳିଥିବାରୁ ସମସ୍ତେ କଲେଜ ଦିନର ସ୍ମୃତି ମନେ ପକାଇଥିଲେ । ଏହି ଅବସରରେ କବିତା ଆବୃତି,କମେଡି ଓ ସଙ୍ଗୀତ ପରିବେଷଣ କରିଥିଲେ ବ୍ୟାଚର ଛାତ୍ରଛାତ୍ରୀ । ଆଗାମୀ ଦିନରେ କିଛି ସାମାଜିକ କାର୍ଯ୍ୟ କରିବା ପାଇଁ ଏହି ବଂଧୁମିଳନ ଅବସରରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।