ଏସଭିଏମ କଲେଜରେ୧୦ଟି ବିଭାଗରେ ପିଜି ଖୋଲିବାକୁ ସରକାରୀ ସ୍ୱୀକୃତି ପ୍ରଦାନ

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲାର ସର୍ବପୁରାତନ ପ୍ରମୂଖ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ୧୦ଟି ବିଭାଗରେ ପିଜି ଖୋଲିବାକୁ ସରକାରୀ ସ୍ୱୀକୃତି ମିଳିଥିବା ବେଳେ ଯୁକ୍ତ ତିନିରେ ସିଟ ସଂଖ୍ୟା ୩୫୨କୁ ବୃଦ୍ଧି ହୋଇ ଥିବା କଲେଜ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।ଏହି ଖବରଦାତା ସମ୍ମିଳନୀ ଏସଭିଏମ କଲେଜର ଅଧ୍ୟକ୍ଷ ଵିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସରକାରୀ ମୁଖ୍ୟସଚେତକ ତଥା ଜଗତସିଂହପୁର ବିଧାୟକ ଯୋଗଦେଇ କହିଥିଲେ ମହାବିଦ୍ୟାଳୟ ର ଉନ୍ନତି ପାଇଁ ଅର୍ଥ ର ଅଭାବ ରହିବ ନାହିଁ।ମହାବିଦ୍ୟାଳୟ ର ବିକାଶ ଦିଗରେ ଫାଇଭ ଟି ସଚିବ ଙ୍କ ସହ ଆଲୋଚନା କରାଯାଇଛି।ଏସଭିଏମ କଲେଜ ସାରା ରାଜ୍ୟରେ ଏକ ନମ୍ବର ରହିବ ସେଥି ନିମନ୍ତେ ପ୍ରୟାସ ଜାରିରହିବ ବୋଲି ମତବ୍ୟକ୍ତ କରିଥିଲେ।ଏପରିକି ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ, ଉଚ୍ଚ ଶିକ୍ଷା ବିଭାଗ ର ପ୍ରମୂଖ ଶାସନ ସଚିବ ଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା। ପିଜି ପାଇଁ ମିଳିଥିବା ଦଶଟି ବିଷୟ ଯଥା ଇଂରାଜୀ, ଇତିହାସ, ଅର୍ଥନୀତି, ରାଜନୀତି ବିଜ୍ଞାନ, ସଂସ୍କୃତ, ଓଡ଼ିଆ, ଦର୍ଶନ ଶାସ୍ତ୍ର, ସାମ୍ବାଦିକତା ଓ ଗଣ ଯୋଗାଯୋଗ,କର୍ପୋରେଟ ଆକାଉଣ୍ଟି ଓ ଫାଇନାନ୍ସ କଣ୍ଟ୍ରୋଲ, ଏମ୍ଵବିଏ ଏମ ଏସ ସି କମ୍ପ୍ୟୁଟର ସାଇନ୍ସ ଆଦି ଅନୁମୋଦନ ମିଳିଛି।ଶେଷରେ ଯୁକ୍ତ ଦୁଇ ବିଭାଗ ଅଧ୍ୟକ୍ଷ ଵିଜୟ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।ଖବରଦାତା ସମ୍ମିଳନୀକୁ ରାଜନୀତି ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ଓଡ଼ିଆ ବିଭାଗର ମୁଖ୍ୟ ଜ୍ୟୋତିରଞ୍ଜନ ସାମଲ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More