ଏସବିଆଇ ରୋଡ଼ରେ ପଡ଼ିଥିବା କଲେଜ ଛାତ୍ରଙ୍କ ମନି ପର୍ସକୁ ପୋଲିସକୁ ହସ୍ତାନ୍ତର କରି ମାନବିକତା ଦେଖାଇଲେ ସୁବର୍ଣ୍ଣପୁରର ବରିଷ୍ଠ ନାଗରିକ

18

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସୋନପୁର ଷ୍ଟେଟ ବ୍ୟାଙ୍କ ରାସ୍ତା ଉପରେ ପଡ଼ିଥିବା ଏକ ମନିପର୍ସକୁ ପୋଲିସକୁ ହସ୍ତାନ୍ତର କରି ନିଜର ମାନବିକତାର ପରିଚୟ ଦେଲେ ସୁବର୍ଣ୍ଣପୁରର ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ନାଗରିକ ଚମରା ରାମ ତ୍ରିପାଠୀ l ଉକ୍ତ ମନି ପର୍ସ ଟି ଗୁଡଭେଲିପଦର ଗାଁର ଏକ କଲେଜ ଛାତ୍ର ଚନ୍ଦ୍ର ମୋହନ ବାଗ ବୋଲି ଜଣା ପଡ଼ିଥିବା ବେଳେ ପର୍ସ ଭିତରେ ଦୁଇଟି ଏଟିଏମ କାର୍ଡ ଓ କିଛି ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଥିବା ପୋଲିସ ଏସ ଆଇ ସୂଚନା ଦେଇଛନ୍ତି l ଏଇ 2021/ 22 ବର୍ଷରେ ଏମିତି ଅନେକ କେସ ପୋଲିସ ପାଖକୁ ପହଂଚିଥିବା ପୁଣି ସେଥି ମଧ୍ୟରୁ ଅନେକ ସ୍କୁଲ କଲେଜ ଛାତ୍ର ଛାତ୍ରୀ ନିଜ ନିଜର ମହାନତା ଦେଖାଇ ଥିବା ଜଣା ଯାଇଛି l ଯାହାକି ଏକ ସମାଜ ପରିବର୍ତ୍ତନର ଏକ ଶୁଭ ସୂଚନା ଏବଂ ଏଭଳି ବଦାନ୍ୟ ବ୍ୟକ୍ତି ଓ ଛାତ୍ର ଛାତ୍ରୀଙ୍କ ମହାନତା ମଣିଷ ପଣିଆ ସହିତ ଏଇ ସୋସିଆଲ ମିଡ଼ିଆର ବହୁଳ ପ୍ରଚାର ପ୍ରସାର ଆଗାମୀ ଯୁବ ପିଢିଙ୍କୁ ଖୁବ ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ବରିଷ୍ଠ ସାମ୍ବାଦିକ ପର୍ଶୁରାମ ମିଶ୍ର ଓ ଦିଲ୍ଲୀପ ପାତ୍ର ମତ ରଖିଛନ୍ତି l ଏଭଳି ବଦାନ୍ୟ ବ୍ୟକ୍ତି ଵା ଛାତ୍ର ଛାତ୍ରୀ ଓ ପୋଲିସର ଉଦ୍ୟମକୁ ସେବା କାର୍ଯ୍ୟକୁ ସୋନପୁର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More