ଆଙ୍କର-: କେନ୍ଦ୍ରାପଡ଼ା ବିଡ଼ିଓ ଅଶୋକ ମହାନ୍ତି ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜିଲ୍ଲା SEM ସଙ୍ଘର କର୍ମଚାରୀ ମାନେ. କେନ୍ଦ୍ରାପଡ଼ା ଏକ ନମ୍ବର ବ୍ଲକ ଗୃହରେ ସରକାରୀ ମିଟିଙ୍ଗ ପାଇଁ ଦେବାକୁ ପଡୁଛି 2000 ଟଙ୍କା ହଁ ଆଜ୍ଞା ଏକଥା ଆମେ କହୁନୁ ଏକଥା ଖୋଦ କହୁଛନ୍ତି ଓରମାସ ପକ୍ଷରୁ ଆସିଥିବା Examinor ଦିଲ୍ଲୀରୁ ଆସିଥିବା ସଚିନ କୌଶିକ । ସୁଚନା ମୁତାବକ ଓରମାସ ପକ୍ଷରୁ ପଞ୍ଚାୟତ ମାନଙ୍କରେ ଥିବା (Self Empliement Mechanic) ବା ପମ୍ପ ଡ୍ରାଇଭର ମାନଙ୍କ ଆଜି ପରୀକ୍ଷା କେନ୍ଦ୍ରାପଡ଼ା ଏକ ନମ୍ବର ବ୍ଲକ ଥିବା ପୁରୁଣା ମିଟିଙ୍ଗ ହଲରେ 26/06/2022 ଓ 27/06/2022 ଦୁଇଦିନ ହେବାର ଥିଲା.ଏଥିପାଇଁ ଓରମାସ ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ବିଡ଼ିଓଙ୍କୁ SEM ମାନଙ୍କ ପରୀକ୍ଷା ନିମନ୍ତେ ମିଟିଙ୍ଗ ହଲ ପାଇଁ ଚିଠି ଗତ ମାସ 6/06/2022 ରେ ମଧ୍ୟ ହୋଇଥିଲା. ହେଲେ ବର୍ତ୍ତମାନ ବିଡ଼ିଓ ଅଶୋକ ମହାନ୍ତି SEM ମାନଙ୍କୁ ହଲର ଚାବି ଦେବାକୁ ମନା କରିଥିଲେ. ଏବଂ ଯଦି ମିଟିଙ୍ଗ ହଲ ବାବଦକୁ 2000 ହଜାର ଟଙ୍କା ଦେବେ ତାହାଲେ ମିଟିଙ୍ଗ ଗୃହ ଚାବି ଦିଆଯିବ ବୋଲି ବିଡ଼ିଓ ଅଶୋକ ମହାନ୍ତି କହିଥିଲେ ଯାହା ଅଭିଯୋଗ ହୋଇଛି . SEM ସଙ୍ଘର ପିଲାମାନଙ୍କୁ EXAM କରାଇବାକୁ ଦିଲ୍ଲୀରୁ ଆସିଥିବା ସଚିନ କୌଶିକ ଚିଠି ସମ୍ପର୍କରେ ବିଡ଼ିଓଙ୍କୁ କହିଥିଲେ ମଧ୍ୟ ବିଡ଼ିଓ ମହାଶୟ କଥାକୁ କର୍ଣ୍ଣପାତ କରିନଥିଲେ. କହିଥିଲେ ମୋପାଖରେ ଚିଠି ନାହଁ, ଆଉ ଆପଣ ଯଦି କାର୍ଯ୍ୟକ୍ରମ କରିବା କଥା ତେବେ ମୋତେ ଫିଜିକାଲି ଥରେ ଦେଖା କରିଥାନ୍ତେ ତେବେ ଯାହା ହୋଇଥାନ୍ତା . ପରେ ଡେରାବିଶ ଓ କେନ୍ଦ୍ରାପଡ଼ା ବ୍ଲକରୁ ଆସିଥିବା (SEM) ପମ୍ପ ଡ୍ରାଇଭର ମାନେ ହୋହାଲ୍ଲା କରିବାରୁ ବିଡ଼ିଓ ମହାଶୟ ଦିନ 12ଟା ସମୟରେ ମିଟିଙ୍ଗ ହଲ ଖୋଲିବା ପାଇଁ ଚାବି ଦେଇଥିଲେ ।ପ୍ରକୃତ କଥା ହେଉଛି ଯଦି ଚିଠିରେ Exam ପାଇଁ 10ଟା ବେଳେ ସମୟ ଲିଖିତ ଥିବା ବେଳେ ବିଡ଼ିଓ ଅଶୋକ ମହାନ୍ତି ଦିନ 12 ବେଳେ ଘର ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାଟା କେତେଦୂର ଠିକ ତାହା ତଦନ୍ତ ସାପେକ୍ଷ. ସବୁଠାରୁ ବ୍ୟତିକ୍ରମ ବିଷୟ ଏହିକିଯେ (SEM) ସଙ୍ଘ exam ପାଇଁ 15 ଦିନ ଆଗରୁ ଚିଠି ହୋଇଥିବା ବେଳେ ବିଡ଼ିଓ ଦେଖିପାରିଲେ ନାହିଁ କେମିତି, ନା ବିଡ଼ିଓ ଜାଣିଶୁଣି 2000 ହଜାର ଟଙ୍କା ମାଗୁଥିଲେ ସେକଥା ବିଡ଼ିଓ ହିଁ ଜାଣିଥିବେ. ଦେଖନ୍ତୁ ଆଜ୍ଞା ଏହା ଆମେ କହୁନୁ ଆଜ୍ଞା କହୁଛନ୍ତି SEM exam ଦେବା ପାଇଁ ଆସିଥିବା ଭାଇ ମାନେ ଶୁଣନ୍ତୁ କଣ କହୁଛନ୍ତି । ଶେଷରେ ଗୋଟିଏ କଥା ବ୍ଲକ ଗୃହରେ ପରୀକ୍ଷା ପାଇଁ ଯଦି ବିଡ଼ିଓ ଅଶୋକ ଦାସ 2000 ହଜାର ଟଙ୍କା ମାଗନ୍ତି ତେବେ କାମ ପାଇଁ କେତେ ଟଙ୍କା ମାଗୁଥିବେ ଯାହା ସମସ୍ତିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯାହା ସାଧାରଣରେ ଅଭିଯୋଗ ହୋଇଛି ।