ଏଲପିଜି ସିଲିଣ୍ଡର ବିସ୍ଫୋରଣରେ ଭୟାନକ ଅଗ୍ନିକାଣ୍ଡ

12

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସୁହାଗପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଭୟାନକ ଅଗ୍ନିକାଣ୍ଡ ଘଟିଛି ! ଖବର ପାଇ ପିପିଲି ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ସହିତ କର୍ମଚାରୀ ମାନେ ଆସି ନିଆଁକୁ ଆୟତ୍ତ କରିଥିଲେ ହେଲେ ଅଧିକ ଜୋରରେ ନିଆଁ ଲାଗିଥିବା କାରଣରୁ କୌଣସି ଜିନିଷ ପତ୍ର ସୁରକ୍ଷିତ ମିଳିପାରି ନାହିଁ ! ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ବେଳେ ସୁହାଗପୁର ଗ୍ରାମର ଲଷ୍ମଣ ବସ୍ତିଆଙ୍କ ୯ ବଖରା ଘର ସହିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ! ଘରର ବିଭିନ୍ନ ଅସବାବପତ୍ର ସହ ୧୦ ହଜାର ଟଙ୍କା, ଗୋଦରେଜ ଆଲମିରା, ଖଟ, ଗ୍ୟାସ ସିଲିଣ୍ଡର ଇତ୍ୟାଦି ଜିନିଷ ପୋଡି ଯାଇଥିବା ବେଳେ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ରରେ ଥିବା ୩ଟି ମୋଟର, ୩ ଟି ମେସିନ ଏବଂ ଉତ୍ପାଦିତ ଛତୁ ମଞ୍ଜି ଜଳିପୋଡ଼ି ଯିବା ହେତୁ ପ୍ରାୟ ୧୦ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।
ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More