ଏଲକେବିକେ ଅନୁଷ୍ଠାନ ତରଫରୁ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ର କୁଲତାଯୋର୍ ଠାରେ ଲୋକ କଳା ବିକାଶ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତି ଭାଗି ଭାବରେ ସ୍ଥାନୀୟ ଆଶା , ଅଙ୍ଗନୱାଡ଼ି , କିଶୋରୀ ବାଳିକା ୪୦ ଜଣ ଅଂଶ ଗ୍ରହଣ କରିଥିଲେ । ଲୋକ କଳା ବିକାଶ କେନ୍ଦ୍ରର କର୍ମୀ ଶିଳ୍ପାରାଣୀ ବେହେରା ସମସ୍ତଙ୍କୁ ସ୍ଵାଗତ ଜଣେଇ ଥିଲେ । ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ବୌଦ୍ଧ ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ , ସ୍ଥାନୀୟ ଏଏନଏମ ଉପସ୍ଥିତ ଥିଲେ ।ଲୋକ କଳା ବିକାଶ କେନ୍ଦ୍ରର ସମ୍ପାଦିକା ପୁନର୍ବାର ସମସ୍ତଙ୍କୁ ସ୍ଵାଗତ ଜଣେଇ ବୈଠକ ପରିଚାଳନା କରିଥିଲେ। ବାଲ୍ୟ ବିବାହ ନିଷେଧ ଆଇନ ,ବାଲ୍ୟ ବିବାହ କଣ ସେ ବିଷୟରେ ସମ୍ପାଦିକା ମହାଶୟା ନିଜର ମତବ୍ୟକ୍ତ କରିଥିଲେ। ଶିଶୁ ର ଉପଯୁକ୍ତ ବୟସ ଆଇନ ଅନୁସାରେ ଝିଅ କୁ ୧୮ଓ ପୁଅ କୁ ୨୧ ବର୍ଷ ପରେ ହେଉଛି ବିବାହ ପାଇଁ ସଠିକ୍ ବୟସ ବୋଲି ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ମତବ୍ୟକ୍ତ କରିଥିଲେ । ଯିଏ ଏହି ନିୟମ ଅମାନ୍ୟ କରିବ ଆଇନ ଅନୁଯାୟୀ ଦଣ୍ଡିତ ହେବ ବୋଲି ଜଣେଇଇଥିଲେ। ସ୍ଥାନୀୟ ଏ ଏନ୍ ଏମ ଋତୁସ୍ରାବ ସମୟରେ ନିଜର ସ୍ବାସ୍ଥ୍ୟ ଯତ୍ନ କିପରି ନେବେ,କିଭଳି ସ୍ଵଚ୍ଛତା ର ଅବଲମ୍ବନ କରିବେ ସେ ବିଷୟରେ ବୁଝାଇଥିଲେ । ଅନୁଷ୍ଠାନ ତରଫରୁ କିଶୋରୀ ବାଳିକା ଏବଂ ମହିଳା ମାନଙ୍କୁ ସ୍ବାସ୍ଥ୍ୟ ସଚେତନତା ବିଷୟରେ ଅବଗତ କରାଇବା ସହିତ ସମସ୍ତ ପ୍ରତିଭାଗି ମାନଙ୍କୁ ଅନୁଷ୍ଠାନ ତରଫରୁ ସାନିଟାରୀ ନାପକିନ୍,ସାବୁନ, ସାନିଟାଇଜର , ମାସ୍କ ବଣ୍ଟନ କରାଯାଇଥିଲା। ଶେଷରେ ଅନୁଷ୍ଠାନର କର୍ମୀ ପ୍ରତାପ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More