ଏରସମା ଥାନାରୁ ନ୍ୟାୟ ନ ପାଇ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା କୋଭିଡ଼ ଯୋଦ୍ଧା

13

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ସିହା ଗ୍ରାମର ଜଣେ ମହିଳା ଆଶାକର୍ମୀ ତଥା କୋଭିଡ଼ ଯୋଦ୍ଧା ରଞ୍ଜିତା ସ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ଏରସମା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ଏରସମା ପୋଲିସ ଟାଳଟୁଳ ନୀତି ଆପଣାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ସମ୍ପୃକ୍ତ ପିଡିତା ମହିଳା ଆଜି ଜଗତସିଂହପୁର ଏସପିଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି କି , ତାଙ୍କର ଜାଗା ବାଡିକୁ ନେଇ କୌଣସି ଫଇସଲା ହୋଇ ନ ଥିବା ବେଳେ ତାଙ୍କର ଅପରପକ୍ଷ ଜଣେ ପାଇପ ମିସ୍ତ୍ରୀକୁ ଡାକି ସେହି ବିବାଦୀୟ ଜମିରେ କାମ କରାଉଥିବା ବେଳେ ରଞ୍ଜିତା ଏହାକୁ ବିରୋଧ କରିଥିଲେ। ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଅପରପକ୍ଷ ଲୋକେ ରଞ୍ଜିତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଏପରିକି ଏରସମା ପୋଲିସର ତଦନ୍ତକାରୀ ଏଏସଆଇ ଜଣକ ଅସାମାଜିକଙ୍କ ପକ୍ଷରେ ରହି ମହିଳା ଜଣଙ୍କ ଘରେ ନ ଥିବା ସମୟରେ ତାଙ୍କ ଘରେ ପହଞ୍ଚି ଝିଅକୁ ଦୁର୍ବ୍ୟବହାର କରିବା ସହ କୌଣସି ପ୍ରକାର କେସ କିମ୍ବା ଆଇନର ଦ୍ୱାରସ୍ଥ ହେଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଦେବା ଭଳି ଧମକ ଦେଇଛନ୍ତି। ଫଳରେ ବାଧ୍ୟ ହୋଇ ମହିଳା ଜଣଙ୍କ ଆଜି ଜଗତସିଂହପୁର ଏସପିଙ୍କୁ ଭେଟି ଅଭିଯୋଗ ଦେବା ସହ ଆଗାମୀ ଦିନରେ ଯଦି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ବିଭିନ୍ନ ନାରୀ ସଙ୍ଗଠନ ଏକାଠି ହୋଇ ଏସପି ଅଫିସ ଆଗରେ ଧାରଣା ଏବଂ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More