ଏମ୍ ରାମପୁରକୁ NAC ଘୋଷଣାରୁ ବାଦ୍ ପ୍ରତିବାଦରେ ୬ଘଣ୍ଟିଆ ବନ୍ଦ ଡାକରା

90

Get real time updates directly on you device, subscribe now.

କଳହହାଣ୍ଡି(ସଂଘର୍ଷ ମିଡିଆ) : – ଏମ୍ ରାମପୁର କୁ NAC ଘୋଷଣା ରୁ ବାଦ୍ ପ୍ରତିବାଦ ରେ ୬ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆ ଯାଇଛି । କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁର କୁ NAC ଓ ସବ ଡିଭିଜନ କରାଯିବାକୁ ସରକାର ଙ୍କ ପାଖରେ ଦୀର୍ଘ ଦିନ ଠାରୁ ଦାବୀ କରାଯାଉଛି ।  ତିନି ଦଶନ୍ଧି ଧରି ସବ ଡିଭିଜନ କରାଯିବାକୁ ଦାବି କରା ଯାଉଛି ଏବଂ NAC ମନ୍ୟତା ଦେବାକୁ ଦାବୀ କରା ଯାଉଛି । ଆଗାମୀ ୨୦୨୪ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୪ତାରିଖ ଦିନ ୩୫ଟି ନୂତନ NAC ଘୋଷଣା କରିଛନ୍ତି କିନ୍ତୁ ଏମ୍ ରାମପୁର କୁ ଏଥିରୁ ବାଦ୍ ଦିଆ ଯାଇଛି । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ଏହାର ପ୍ରତିବାଦ କରି ୬ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ ଟା ରୁ ଦିନ ୧୨ଟା ଯାଏଁ ଦୋକାନ ବଜାର, ବନ୍ଦ ରଖିବାକୁ ନିବେଦନ କରିଛି  ଏମ୍ ରାମପୁର ବ୍ୟବସାୟୀ ସଂଘ କୁ ସମର୍ଥନ କରିଛନ୍ତି କଂଗ୍ରେସ ଦଳ, ଭାରତୀୟ ଜନତା ପାର୍ଟି ଓ ସିପିଆଇ ଏମ ସଙ୍ଗଠନ  । ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଚାଲୁ ରହି ଥିବାରୁ କେବଳ ଦୋକାନ ବଜାର  ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ଯଦି ସରକାର ନ ଶୁଣନ୍ତି ଆଗାମୀ ଦିନରେ ବଡ ଆନ୍ଦୋଳନ କରାଯିବା ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More