ଏମ୍.ଜି.ଏନ.ଆର .ଇଜିଏ ଯୋଜନାର ଅର୍ଥ ବାଟମାରଣା ଅଭିଯୋଗ

33

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଳକ୍ ଦୁର୍ନୀତିର ଗନ୍ତାଘର ପାଲଟିଛି। ଅଭିଯୋଗ ହୁଏଯେ ବ୍ଳକରେ ଏମ୍.ଜି.ଏନ.ଆର .ଇଜିଏ ଯୋଜନାର ଅର୍ଥକୁ ବାଟମାରଣା କରାଯାଉଛି। ବିଭିନ୍ନ ଗଣମାଧମରେ ଖବର ପ୍ରସାରିତ ହେଉଥିଲେ ହେଁ ଠିକ ରୂପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା ପରି ମନେହୁଏ। ଏହାରି ଏକ ଉଦାହରଣ ଥୁ,ରାମପୁର ବ୍ଳକ୍ ଅନ୍ତର୍ଗତ ମହୁଲ ପାଟଣା ଗ୍ରାମପଞ୍ଚାୟତର ଉପରଚବରୀ ଗ୍ରାମରେ ମନରେଗା ଯୋଜନାର ଅର୍ଥକୁ ବାଟମାରଣା କରାଯାଉଥିବା ଗ୍ରାମର ଜନକାଢ଼ ଧାରୀ ହେମନ୍ତ ନାଏକ, କିଶୋର ନାଏକ, ସୁନୀଳ ନାଏକ, ଜିତୁ ନାଏକ, ସହ ବହୁ ଶ୍ରମିକ ଅଭିଯୋଗ କରନ୍ତି। ଗ୍ରାମର ଗାଁସାଥୀ ବୀରନା ମାଝୀ ସହଜେଇ ମିଶି ଶିଶୁମାନଙ୍କୁ ମନରେଗା କ।ମରେ ଲଗାଇ ସେମାନଙ୍କୁ କମଟଙ୍କା ଦେଇ ଅର୍ଥ ବାଟମାରଣା କରୁଛନ୍ତି। କାମ ପାଇଁ ଅନେଦନ କରିଥିବା ବ୍ୟକ୍ତିମାନଙ୍କୁ କାମଦେଉ ନାହାନ୍ତି। କାମ ପାଇଁ କହିଲେନ ନାଲୀ ଆଖି ଦେଖାଇ ତଢ଼ି ଦେଉଛନ୍ତି। କାମ ଠିକାଦାର କରିବ ସେ ଯେଉଁ ଲେବର ଲ ଗାଇବା ତୁମମାନଙ୍କୁ କାମ ଦେବି ନାହିଁ ମୋର କଣ କରିବ କର । ଗ୍ର।ମବାସୀ ପ୍ରକାଶ କରନ୍ତି। ଆମ ଗ୍ରାମରେ ୩ ବର୍ଷ ମଧ୍ୟରେ ଏମ୍.ଜି.ଏନ୍.ଆର.ଇ. ଜିଏ ଯୋଜନାରେ ଯେଉଁସବୁ କାମ ହୋଇଛି। ସେଠାରୁ ବହୁ ଅର୍ଥ ବାଟମାରଣା କରାଯାଇଛି । ଏହାରି ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡ଼ିବ। କିଛି ଶ୍ରମିକମାନଙ୍କ ପ୍ରାପ୍ୟ ଟଙ୍କା ଆଜି ସୁଧା ପାଇ ନ ଥିବା କୁହନ୍ତି। ଗ୍ରାମବାସୀ ଏ ଘଟଣା ସଂପର୍କରେ ବିଡିଓଙ୍କୁଲିଖିତ ଆକାରରେ ଜଣାଇ ଅନୁରୋଧ କରି ଛନ୍ତି । ତାଙ୍କ ଗ୍ରାମ ସାଥୀ ବୀରନା ମାଝୀ କୁ କାଢି ଅନ୍ୟ ଏକ ସାଥୀ ଚୟନ କରନ୍ତୁ।ଶ୍ରମିକମାନଙ୍କ ପାଇ ନଥିବା ଅର୍ଥ କିପରି ଶଘ୍ର ପାଇପାରିବେ ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More