ଏମିତି ସରପଞ୍ଚ ଅଛନ୍ତି:ପରିବାର ଅଦାଲତ ଆଦେଶକୁ କରନ୍ତି ଅମାନ୍ୟ : ପ୍ରଥମ ସ୍ତ୍ରୀ କରେ କୁଲି କାମ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ତେଲନଦୀ ଗ୍ରାମ ପଞ୍ଚାୟତ ର ବର୍ତ୍ତମାନ ର ସରପଞ୍ଚ ରାଜୁ ସାନ୍ତା ଆକଡସିଲ ଗ୍ରାମ ପୋଷ୍ଟ ଏକମ୍ବା ଥାନା ଉମରକୋଟଅଞ୍ଚଳରେ ଉଜ୍ଜଳ ସାନ୍ତାଙ୍କୁ ବୈଦିକ ରୀତିରେ ବିବାହ କରି ଗୋଟିଏ ପୁଅ ଓ ଗୋଟିଏ ଝିଅର ଜନକ ହୋଇଥିଲେ l ତା ୧୯|୦୬|୨୦୨୧ରିଖରେ କଚିଆସାହି ଗ୍ରାମର କୁସୁମି ସାନ୍ତାକୁ ନେଇ ଉଦୁଲିଆ (କିଛି ଦିନ ପାଇଁ ସେହି ଝିଅକୁ ତାଙ୍କ ଘରୁ କାହାକୁ ନକହି ନେଇଯିବା)ନେଇ ଯାଇଥିଲେ l ଉକ୍ତ ଘଟଣା ବିଷୟରେ ଉମରକୋଟ ଥାନାରେ ଏତଲା ଦେଇ ଦୁଇବର୍ଷ ହୋଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ l ପରେ ନବରଙ୍ଗପୁର ଜିଲ୍ଲା ପରିବାର କୋର୍ଟ ରେ ମାମଲା ଦେଇଥିଲେ l ମାମଲା ର ଆଦେଶ ରେ ଉଲ୍ଲେଖ ଥିଲା ମାସକୁ ୪୦୦୦ ଟଙ୍କା ପରିବାର ନିମନ୍ତେ ଓ ପିଲାମାନଙ୍କ ନିମନ୍ତେ ମାସିକ ୧୫୦୦ ଟଙ୍କା ଦେବା ପାଇଁ, କିନ୍ତୁ ଅଦ୍ୟାବଧି ବର୍ତ୍ତମାନ ର ସରପଞ୍ଚ ଗୋଟିଏ ଟଙ୍କା ମଧ୍ଯ ପ୍ରଦାନ କରି ନାହାନ୍ତି l ଏହି ସରପଞ୍ଚ କିଭଳି କୋର୍ଟର ଆଦେଶ କୁ ଫୁ କରିଦେଉଛନ୍ତି, ତାହା ଆମେ କହୁନୁ, କହୁଛି ତାଙ୍କର ପ୍ରଥମ ସ୍ତ୍ରୀ ଉଜ୍ଜଳ ସାନ୍ତା ଓ କୋର୍ଟ ର ଆଦେଶ l ଆହୁରି ମଧ୍ଯ ଓଡିଶା ରାଜ୍ଯ ମହିଳା ଆୟୋଗ ଙ୍କ ପାଖରୁ ନୋଟିସ ଆସିଛି, ସମସ୍ତ ଚିଠି ପତ୍ର, ଆଦେଶକୁ ଫୁ କରିଦେଇଛନ୍ତି ବର୍ତ୍ତମାନ ତେଲନଦୀ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ l ଏବେ ପ୍ରଥମ ସ୍ତ୍ରୀ ତାଙ୍କ ବାପାଙ୍କ ଘରେ କୁଲି କାମ କରି ବହୁ କଷ୍ଟରେ ଚଳୁଥିବା ବେଳେ ସରପଞ୍ଚ ବାବୁ ଦିତୀୟ ସ୍ତ୍ରୀ ସହ ବେଶ୍ ଖୁସିରେ ତାଙ୍କ ଗ୍ରାମ ତେଲନଦୀରେ ରହୁଛନ୍ତି l ଶେଷ ରେ ନିରାଶ ଓ ହତାଶ ହୋଇ ତା ୨୧|୦୪|୨୦୨୩ ରେ ଏକ ଲିଖିତ ଅଭିଯୋଗ କରିଥିଲେ l ଆହୁରିମଧ୍ୟ ଆଜି ତା ୨୩|୦୭|୨୦୨୩ରେ ଜାତୀୟ ମାନବାଧିକାର ସାମୁଖ୍ଯ,ଭୁବନେଶ୍ବର, ଓଡିଶାଙ୍କ ପାଖକୁ ଏକ ଅଭିଯୋଗ ପତ୍ର ନ୍ୟାୟ ପାଇବା ଆଶାରେ ଜାତୀୟ ମାନବ ଅଧିକାର ସାମୁଖ୍ଯ, ନବରଙ୍ଗପୁର ଜିଲ୍ଲା ସଭାପତି ରବିନାରାୟଣ ମହାନ୍ତି ଙ୍କ ଜରିଆରେ ପ୍ରଦାନ କରିଛନ୍ତି l ଏହାର ବିହିତ ପଦକ୍ଷେପ ନେଇ ମାନବ ଅଧିକାର ସାମୁଖ୍ଯ ଉକ୍ତ ମହିଳାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବ ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More