ଏମବିଡ଼ି ଗ୍ରୁପର ପ୍ରକାଶନ ସଂସ୍ଥା ତରଫରୁ ଟେଷ୍ଟ ପେପର ଉନ୍ମୋଚନ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଏମବିଡ଼ି ଗ୍ରୁପର ପ୍ରକାଶନ ସଂସ୍ଥା ତରଫରୁ ଏହାର କଟକ ଶାଖା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଏମବିଡ଼ି ଅଲ୍ ଇନ୍ ୱାନ ଶିଶୁ ମନ୍ଦିର ଟେଷ୍ଟ ପେପରସ୍ ଏକ ଉନ୍ମୋଚନ କରିଥିଲେ। ଏହାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ର ପୂର୍ବତନ ବିଜ୍ଞାନ ବିଶେଷଜ୍ଞ ତଥା ବର୍ତ୍ତମାନର ଶିକ୍ଷା ବିକାଶ ସମିତିର ସଭାପତି ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଇଂରାଜୀ ବିଷୟ ବିଶେଷଜ୍ଞ ବୈଦ୍ୟନାଥ ରାଉତ, ସରସ୍ଵତୀ ଶିଶୁ ମନ୍ଦିର କଲେଜ ଛକର ପ୍ରଧାନ ଆଚାର୍ଯ୍ୟ ମନୋଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟେଷ୍ଟ ପେପରସ୍ ଗୁଡିକୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ ଟି ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ଙ୍କୁ ବିଶେଷ ଭାବେ ପଢିବାରେ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଅନ୍ୟତମ ଅତିଥି ଶ୍ରୀ ନାୟକ କହିଥିଲେ ଏମ୍ ବିଡ଼ି ଏକ ସର୍ବଭାରତୀୟ ପ୍ରକାଶନ ସଂସ୍ଥା ହୋଇଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ଉନ୍ନତ ମାନର ପୁସ୍ତକ ଯୋଗାଇଥାଏ। ଏହି ପୁସ୍ତକଟି ସରସ୍ଵତୀ ଶିଶୁ ମନ୍ଦିର ପିଲାମାନଙ୍କୁ ସଫଳତା ଦେବାରେ ବିଶେଷ ସହାୟକ ହେବ। ଶେଷରେ ଏମ୍ ବିଡ଼ି ‌ଗ୍ରୁପର ଜୋନାଲ ହେଡ୍ ପ୍ରଦୀପ୍ତ କୁମାର ମିଶ୍ର ମଞ୍ଚ ପରିଚାଳନା କରି କହିଥିଲେ ଏମ୍ ବିଡ଼ି ପୁସ୍ତକ ସାରା ଭାରତ ବର୍ଷରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ବେଶ୍ ଆଦୃତ ଲାଭ କରିଛି। ଏହା କେବଳ ଓଡ଼ିଶାର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ପୁସ୍ତକଟି ବଜାରରେ ପ୍ରତ୍ୟେକ ପୁସ୍ତକ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ହେବ ବୋଲି ଏମ୍ ବିଡ଼ି ଗ୍ରୁପର ଜୋନାଲ ହେଡ୍ ପ୍ରଦୀପ୍ତ କୁମାର ମିଶ୍ର କହିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More