ଏମଜିପିଏଲର ତରଫରୁ ମହିଳାଙ୍କୁ ସମ୍ବର୍ଦ୍ଧନା

16

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ୨୫/୭ ଓଡ଼ିଶାର ଅଗ୍ରଣୀ ଉଦ୍ୟୋଗ ସଂଗଠନ ମୟୂରଭଞ୍ଜ ଗ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ ( ଏମ ଜି ପିଏଲ) ଆନୁକୁଲ୍ୟରେ ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ‘ ଅନନ୍ଯା’ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହିଳାମାନେ ନିଜ ଗୋଡ଼ରେ ଜାଗା ହୋଇ ସ୍ବାବଲମ୍ବନଶୀଳ ହେବା ଉଚିତ ।ଏମିଜିଏଲ ମହିଳାମାନଙ୍କୁ ଦକ୍ଷତା,ଋଣ,ବୈଷୟିକ ଜ୍ଞାନ,ବଜାର ବିକ୍ରୟ ରେ ସାହାଯ୍ଯ କରିବ । ତେଣୁ ମହିଳା ମାନେ କିଛି ନା କିଛି କାମ କରି ଦୁଇ ପଇସା ରୋଜଗାର କରିବା ପାଇଁ ପରାମର୍ଶ ଦେଇଥିଲେ କଲି ଝୁନା,ଧୂପକାଠି,ଛେଳିଚାଷ,କୁକୁଡ଼ା ଚାଷ କରି ନିଜର ଆର୍ଥିକ ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଅନୁଷ୍ଠାନ ତରଫରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହିଳାମାନଙ୍କୁ ଏବଂ ସ୍ବୟଂ ସହାୟିକା ଗୋଷ୍ଠିର ପରିଚାଳିକାମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା ।ଆୟୋଜକ ଚିନ୍ମୟୀ ଦାସ ଉପସ୍ଥିତ ୫୦୦ରୁ ଉର୍ଦ୍ଧ୍ବ ମହିଳା ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ କରାଇଥିବାରୁ କୃତଜ୍ଞତା ଜଣାଇଥିଲେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More