ଜଗତସିଂହପୁର(ସଂଘର୍ଷ ମିଡିଆ ) :ଗ୍ରାମରୁ ସାମାଜିକ ବାଛନ୍ଦ ଥିବା ପରିବାର ସହ ସମ୍ପର୍କ ରଖିଥିବାରୁ ମହିଳାଙ୍କ ଉପରେ ମରଣାନ୍ତକ ଗଣଆକ୍ରମଣ।ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଁ ପୁରୁଷ ଶୁନ୍ୟ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଚନ୍ଧା ଗ୍ରାମରେ। ଜଗନ୍ନାଥପୁର ଚନ୍ଧା ଗ୍ରାମ ବ୍ରାହ୍ମଣ ସାହିର ଅନୁସୂଚିତ ବର୍ଗର ମହିଳା ଅଞ୍ଜନା ଦାସଙ୍କୁ ଜାତିଆଣ ଆକ୍ଷେପ କରି ସେହି ଗ୍ରାମର କେତେକ ସବର୍ଣ୍ଣ ଲୋକ ମରଣାନ୍ତକ ସଂଘ ବଧ ଆକ୍ରମଣ କରିଥିଲେ।ଗତ ୧୦ ତାରିଖରେ ଏହି ସଂଘବଦ୍ଧ ଆକ୍ରମଣ କରାଯାଇଥିବା ବେଳେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପ୍ରଥମେ ମଣିଜଙ୍ଗା ଓ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା ହୋଇଥିଲେ।ଗ୍ରାମର ସୌରି ଶତପଥୀ ନାମକ ଜନୈକ ବ୍ୟକ୍ତି ଅନ୍ୟ ଜାତିର ମହିଳାକୁ ବିବାହ କରିଥିବାରୁ ଗ୍ରାମରେ ସାମାଜିକ ବାଛନ୍ଦ ଥିଲେ। ଆକ୍ରମଣରେ ଆହତ ହୋଇଥିବା ମହିଳାଙ୍କ ପୁଅ ସେହି ବାଛନ୍ଦ ବ୍ୟକ୍ତିଙ୍କ ଘରକୁ ପାଠପଢିବାକୁ ଯାଉଥିବାରୁ ମହିଳା ଓ ତାଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ବୋଲି ଅଞ୍ଜନା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି।ଘଟଣାକୁ ନଅଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହାଁନ୍ତି।ଚନ୍ଧା ବ୍ରାହ୍ମଣ ସାହିର କେତେକ ଲୋକ ଜାତିଆଣ ଆକ୍ଷେପ କରି ଅଞ୍ଜନାଙ୍କ ପରିବାର ଉପରେ ଜୁଲମ କରୁଥିବା ଅଭିଯୋଗ କରିଛନ୍ତି। ଚନ୍ଧା ବ୍ରାହ୍ମଣ ସାହିରେ ପନ୍ଦର ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ବ୍ରାହ୍ମଣ ।ଗ୍ରାମର ସୌରି ଶତପଥି ଅନ୍ୟ ଜାତିରେ ବିବାହ କରିବା, ଗ୍ରାମରେ ଥିବା ମହାଦେବ ମନ୍ଦିର ହିସାବ ନଦେବା କାରଣରୁ ତାଙ୍କ ପରିବାରକୁ ସାହିରୁ ଏକଘରିକିଆ ରଖାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଘଟଣା ପରଠାରୁ ଚନ୍ଧା ବ୍ରାହ୍ମଣସାହି ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ପୁରୁଷଶୂନ୍ୟ ହୋଇଛି।ଗ୍ରାମରେ ମହିଳା ଓ କିଛି ବୃଦ୍ଧଙ୍କୁ ଦେଖିବାକୁ ମିଳିଛି।ସୌରି ଶତପଥୀ ଗ୍ରାମ ମହାଦେବଙ୍କ ମନ୍ଦିର ପରିଚାଳନା ଦାୟିତ୍ବ ନେଇ ହିସାବ ଦେଉନଥିବା, ଅସାମାଜିକ ଲୋକଙ୍କୁ ଡକାଇ ଗ୍ରାମବାସୀଙ୍କୁ ଭୟଭୀତ କରିବା,ଗାଁ ଦାଣ୍ଡରେ ଦୃତଗତୀରେ ବାଇକ ଚଳାଇ ଛୋଟ ପିଲାଙ୍କୁ ମାରିବା ଓ ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା କାରଣରୁ ତାଙ୍କ ସହିତ ଆମେ ସମ୍ପର୍କ ରଖିନାହୁଁ।ସେ ଗ୍ରାମବାସୀଙ୍କୁ ହଇରାଣ କରିବାକୁ ଷଡଯନ୍ତ୍ର କରିଛନ୍ତି। ଗ୍ରାମର ବୟସ୍କ ବାଉରୀବନ୍ଧୁ ପଣ୍ଡା ଗତ୧୦ତାରିଖରେ ପୂଜାକରିବାକୁ ଯାଉଥିବା ବେଳେ ହଠାତ ଅନୁସୂଚିତ ଜାତି ମହିଳା ଅଞ୍ଜନା ଅତି ଅମାନୁଷିକ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।ଯାହାକୁ ଗ୍ରାମର କିଛି ଲୋକ ପ୍ରତିବାଦ କରିଥିଲେ।ଘଟଣା ପରେ ମହିଳାଙ୍କୁ ହାତକରି ଗ୍ରାମର ଛୋଟ ଠାରୁ ବଡ ସମସ୍ତଙ୍କ ନାମରେ ଏତଲା ଦିଆଯାଇଛି।ପୋଲିସ ପ୍ରତିଦିନ ରାତିରେ ଆସି ହଇରାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତିର୍ତ୍ତୋଲ ଏସଡିପିଓ ମତାମତ ଦେଇଛନ୍ତି।ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଭୟର ବାତାବରଣ ଥିବା ବେଳେ ମହିଳାଙ୍କୁ ଗଣଆକ୍ରମଣ ପଛର କାରଣ ଖୋଜି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଓ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।