ଏନ ଅହମ୍ମଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

17

Get real time updates directly on you device, subscribe now.

ପାପଡାହାଣ୍ଡି(ସଂଘର୍ଷ ମିଡିଆ ) : – ଅଭିବକ୍ତ କୋରାପୁଟ ଜିଲ୍ଲାର ବିଶିଷ୍ଟ ଶ୍ରମିକ ନେତା, ବରିଷ୍ଠ ସମାଜସେବୀ ତଥା ଆଇନଜୀବି ସ୍ଵର୍ଗତ ଏନ ଅହମ୍ମଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାପଡାହାଣ୍ଡି ରାଜମିସ୍ତ୍ରୀ ସଂଘ କାର୍ଯ୍ୟାଳୟରେ ଶୁକ୍ରବାର ପାଳିତ ହୋଇଯାଇଛି | ସଂଘ କାର୍ଯ୍ୟାଳୟର ସଭାପତି ଈଶ୍ୱର ମାଝୀଙ୍କ ସଭାପତିତ୍ୱରେ ଅତିଥି ଭାବେ ବ୍ଲକ ଉପଧକ୍ଷ ସୁଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ସଦନ ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବି ସ୍ୱାଧୀନ ପଟନାୟକ, ତହସିଲଦାର ଯୋଗେଶ୍ୱର ଭୋଇ, ସିରାଜୁଦ୍ଧିନ ଅହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ସ୍ବର୍ଗତ ଅହମ୍ମଦଙ୍କ ଜୀବନୀ, ସମାଜସେବା ଓ ଶ୍ରମିକ ମାନଙ୍କ ପ୍ରତି ତାଙ୍କର କାର୍ଯ୍ୟକୁ ସମସ୍ତେ ପ୍ରସଂଶା କରିଥିଲେ | ସେପରି ବ୍ୟକ୍ତି ବିଶେଷ ବହୁ ନଗନ୍ୟ ବୋଲି ଆଲୋଚନା ହୋଇଥିଲା | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More