ନରସିଂହପୁର( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକ ନିଜ଼ିଗଡ଼ ପଞ୍ଚାୟତ ଠାରେ ସରପଞ୍ଚଙ୍କ ନେତୃତ୍ୱରେ ବୁଦ୍ଧିଜୀବି ମାନଙ୍କୁ ନେଇ ସଭା ଗୃହରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ନରସିଂହପୁରରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ନରସିଂହପୁରକୁ କାହିଁକି ଏନଏସିର ମାନ୍ୟତା ଦିଆଯାଉନାହିଁ। ସେହିପରି ନରସିଂହପୁରରେ ହେବାକୁ ଥିବା ଏସଡିପିଓ ଅଫିସିକୁ ବଡ଼ମ୍ବାକୁ ଉଠାଇନେବା ଅଭିଯୋଗରେ ନରସିଂହପୁରରେ ଉତେଜନା ପ୍ରକାଶ ପାଇଛି। ଏହାକୁ ନେଇ ନରସିଂହପୁରରେ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ନରସିଂହପୁର କୋର୍ଟ ପରିସରରେ ଭିତ୍ତିଭୂମି ଥାଇ ଘର ତିଆରି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶବ ଜର୍ଜ କୋର୍ଟ ହୋଇପାରିନାହିଁ। ଏସବୁକୁ ନେଇ ନରସିଂହପୁର ନିଜ଼ିଗଡ଼ ତରଫରୁ ଏକ ଦାବିପତ୍ର ସ୍ଥାନୀୟ ବିଧାୟକ ସଚିବ ଜିଲ୍ଲାପାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ସହିତ ଆଗାମୀ ସାତଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ଏହି ବୈଠକରେ ସରପଞ୍ଚ ପ୍ରଭାକର ମିଶ୍ର ,ଆଇନିଜୀବୀ ତ୍ରିଲୋଚନ ମହାପାତ୍ର ,ପ୍ରକାଶ ମହାପାତ୍ର , ରବୀନ୍ଦ୍ର ସାହୁ ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ଥିଲାବେଳେ ସାମ୍ବାଦିକ ସଂଘର ସଭ୍ୟ ମାନେ ଯୋଗ ଦେଇଥିଲେ।