ଏଡସ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ

18

Get real time updates directly on you device, subscribe now.

ଖୋର୍ଦ୍ଧା (ସଂଘର୍ଷ ମିଡିଆ ) : ଖୋର୍ଦ୍ଧା ଟାଙ୍ଗି ଦୁର୍ଗା ଚରଣ ଚିଲିକା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, ରୁମ ନଂ – ୯ ରେ HIV-AIDS ଏକ ସଚେତନତା କାଯ୍ୟକ୍ରମ ସହିତ ଟୋଲଫି ନମ୍ୱର ୧୦୯୭ ର ପ୍ରମୋସନ ବିଷୟରେ ଏକ ସଭା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିତାଂଶୁ ଭୂଷଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏଥରେ ଜିଲ୍ଲା ଏଡ଼ସ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର ଜିଲ୍ଲା ପ୍ରକଳ୍ପ ଅଧିକାରୀ (D P M).ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଶ୍ରୀଯୁକ୍ତ ରୁପେଶ କୁମାର ପ୍ରଧାନ ଜିଲ୍ଲା ସ୍ତରୀୟ ଏଡ଼ସ୍ ସଚେତନତା ବିଭାଗ ତରଫରୁ ମୁଖ୍ୟବକ୍ତା ଭାବେ ଅଂଶ ଗ୍ରହଣ କରି ସଭାକୁ ସଫାଲ୍ୟ ମଣ୍ଡିତ କରିଥଲେ । ଅଧ୍ୟାପକ ଡ.ରଶ୍ମିରଞ୍ଜନ ନାଥ , ବିଶ୍ଵ ରଞ୍ଜନ ଦାସ ,ଭବାନୀଶଙ୍କର ମିଶ୍ର , ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ବିଷୟ ଥିଲା ଯେ ୧୦୯୭ ର ସମ୍ପ୍ରସାରଣ ଏବଂ ସମସ୍ତ ଶିକ୍ଷାର୍ଥୀ ମାନେ ଏହାକୁ ସମ୍ପ୍ରସାରଣ କରିବା ଦିଗରେ କାର୍ଯ କରିବାକୁ ନିଷ୍ପତି ନିଆ ଯାଇଛି।ଯୁବ ରେଡକ୍ରସ୍ ର ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାପାତ୍ର ସଭା ସଂଯୋଜନା କରିଥିଲେ ।ସର୍ବଶେଷରେ ଅଧ୍ୟାପକ ଓମ୍ ପ୍ରକାଶ ପରିଡା ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More