ଏଜୁକେସନ ପଏଣ୍ଟ ପକ୍ଷରୁ ହର ଘର ତ୍ରିରଙ୍ଗା ଓ ଆଜାଦିକା ଅମୃତ ମହୋତ୍ସବ ପାଳିତ

17

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ସ୍ବାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ସହରର କଲେଜ ଛକ ଠାରେ ଥିବା ଗାୟତ୍ରୀ ଏଜୁକେସନ ପଏଣ୍ଟ ପରିସରରେ ହର ଘର ତ୍ରିରଙ୍ଗା ଏବଂ ଆଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ଗାୟତ୍ରୀ ଏଜୁକେସନ ପଏଣ୍ଟ ର ନିର୍ଦେଶୀକା ସାସ୍ବତୀ ଶୁଭଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହରଘର ତ୍ରିରଙ୍ଗା ଅଭିଯାନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସାରସ୍ୱତ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ମୁଖ୍ୟ ଡାକ ଘରର ଡାକ କର୍ମଚାରୀ ଜ୍ୟୋତି ରଂଜନ ସେନାପତି, ବିଶ୍ୱନାଥ ଜତି ପ୍ରମୂଖ ଯୋଗଦେଇ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଡାକରା ହର ଘର ତ୍ରିରଙ୍ଗା କୁ ସମ୍ମାନ ଜଣାଇ ସମସ୍ତେ ତିନି ଦିନ ଧରି ଘରେ ଉଡାଇବେ।ଏଥି ସହିତ ଆଜାଦୀକା ଅମୃତ ମହୋଶ୍ଚବ ପାଳନ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନ ଦେଶବାସୀଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ପରେ ଗାୟତ୍ରୀ ଏଜୁକେସନ ପଏଣ୍ଟ ର ଛାତ୍ର ଛାତ୍ରୀ ସାସ୍ବତୀ ବିଶ୍ୱାଳ, ସମ୍ବିତ ଦାସ, ଅଭିଷେକ ବେହେରା, ଦୁର୍ଗା ପ୍ରସାଦ ନନ୍ଦ, ପ୍ରୀତିଶ ମହାନ୍ତି,ଦେବାଶିଷ ତ୍ରିପାଠୀ, ସାଗର ଷଡଙ୍ଗୀ, ସୂର୍ଯ୍ୟକାନ୍ତ ସ୍ବାଇଁ, ମନୋରଞ୍ଜନ ବେହେରା, ସ୍ୱରୂପ ମହାନ୍ତି, ରୋସନି ବେହେରା, ସସ୍ମିତା ଦାସ, ରିତୁପର୍ଣ୍ଣା ବେହେରା, ଦିବ୍ୟଲକ୍ଷ୍ମୀ ନାୟକ,ସାଗରିକା ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More