ଏଗାର ଲକ୍ଷ ଟଙ୍କାର ଋଣ ସୁଜି ନପାରି ସାଇକେଲରେ ଭିକ୍ଷା ମାଗୁଛନ୍ତି ମନୋଜ

18

Get real time updates directly on you device, subscribe now.

  • କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ମନୋଜ କୁମାର, ଏକ ଧାନକଟା ମେସିନ ରୁଣରେ ଆଣିଥିଲେ। ସେହି ଧାନକଟା ମେସିନକୁ ଭଡାରେ ଦେଇ ତାଙ୍କର ମାସିକ ରୁଣ କିସ୍ତି ପରିଶୋଧ କରିବା ସହିତ ନିଜର ପରିବାରଙ୍କ ମୁହଁରେ ମୁଠିଏ ଦାନା ମଧ୍ୟ ଦେଉଥିଲେ। ଆଜି ସମୟର କାଳଚକ୍ରରେ ଛନ୍ଦି ହୋଇ ଯାଇଛନ୍ତି ମନୋଜ। ଧାନକଟା ମେସିନ ଭଡ଼ାରେ ଦେଇ ଏମିତି ଦଲାଲ୍ ଟାଉଟର ମାନଙ୍କ ହାବୁଡ଼ରେ ପଡିଛନ୍ତି ଯେ ମୁକୁଳିବାର ରାସ୍ତା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ଏନେଇ ଆଜି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ଟାଙ୍ଗୀ ଅଞ୍ଚଳର ମନୋଜ। ଅନ୍ୟପଟେ କେବଳ ପଟ୍ଟାମୁଣ୍ଡାଇ ନୁହେଁ ଅନ୍ୟ ଜିଲ୍ଲାର କିଛି କିଛି ଦଲାଲ୍ ଠକ ମାନଙ୍କ ଜାଲରେ ଫସି ଜାଇଛନ୍ତି ମନୋଜ। ଏବେ ମଟରସାଇକେଲ ଛାଡି ଚାରିଚକିଆ ଅତ୍ୟାଧୁନିକ ସାଇକେଲ ଧରି ବାହାରିଛନ୍ତି ଭିକ୍ଷା ମାଗିବା ପାଇଁ। ଖରା ବର୍ଷାକୁ ଖାତିରି ନକରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଧରି ଏସହରରୁ ସେସହର ବୁଲି ବୁଲି ଭିକ୍ଷା ମାଗୁଛନ୍ତି। ଦେଖନ୍ତୁ ସାଇକେଲ ଆଗରେ ଓ ପଛରେ କଣ ଲେଖିଛନ୍ତି ଦଲାଲ୍ ଏଜେଣ୍ଟମାନେ ମୋତେ ଠକି ଚାଲିଛନ୍ତି, ମୋର ବକେୟା ଅର୍ଥ ଫେରାଇବା ପରିବର୍ତ୍ତେ, ମୋତେ ମାରିବାକୁ ଧମକ ଦେଉଛନ୍ତି, ତାର ପ୍ରତିବାଦରେ, ମୋ ଜୀବନ ଥିବା ଯାଏଁ ଭିକ୍ଷା କରି ରୁଣ ସୁଜିବା ଅଭିଯାନ, ମିଶନ- ଏଗାର ଲକ୍ଷ୍ୟ ? ମୁଁ ଆତ୍ମହତ୍ୟା କରିବି ନାହିଁ ଏ ଦଲାଲ୍ ମାନେ ତୁମ ପାଇଁ ମୁଁ ଆଜି ସର୍ବହରା ହେଲି ଦାଣ୍ଡର ଭିକାରୀ ହେଲି। ଏ ଧର୍ମ ତୁମେ ଏ ଦଲାଲ୍, ଟାଉଟର,ଠକ ମାନଙ୍କ ବିଚାର କର ଏମାନେ ଯେମିତି ମୋତେ ଭିକାରୀ ସଜେଇ ରାସ୍ତାରେ ଛିଡ଼ା କରିଦେଇଛନ୍ତି। ତୁମେ ଏମାନଙ୍କର ଉଚିତ୍ ବିଚାର କର। ସାଧାରଣ ଜନତା ମାନଙ୍କୁ ମନୋଜ ହାତ ଯୋଡି କହିଛନ୍ତି ଦଲାଲ୍, ଟାଉଟର,ଠକ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ ନଚେତ୍ ମୋଭଳି ପରିସ୍ଥିତି ଆପଣଙ୍କର ହୋଇପାରେ। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More