ଏଗାର ଦଫା ଦାବିପତ୍ର କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ରାଜ୍ୟ ସାମ୍ବାଦିକ ସଙ୍ଘ(SUJ)ଓଡିଶା ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଆହ୍ୱାନ କ୍ରମେ ଆଜି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଏଗାର ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେSUJଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ସଂଘର ଏକ ଟିମ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ର ଟି ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ଙ୍କୁ ପ୍ରଦାନ କରାଯାଇଛି।ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ର ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ, ଜିଲ୍ଲା ସଙ୍ଘ ର କାର୍ଯ୍ୟକାରୀ ସଭାପତି ଶଶୀଭୂଷଣ ସଡଙ୍ଗୀ,ସାଧାରଣ ସମ୍ପାଦକ ଗୌର ଚନ୍ଦ୍ର ସାହୁ,ଉପସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ସମ୍ପାଦକ ଶିଶିର କୁମାର ଦାଶ, ଶୁଭେନ୍ଦୁ କୁମାର ମହାପାତ୍ର, ନିବେଦିତା ସିଂ,ବସନ୍ତ ସାମଲ,ନିର୍ମଳ ଚନ୍ଦ୍ର ବେହେରା, ସନ୍ତୋଷ ପ୍ରଧାନ,ପ୍ରତାପ କୁମାର ନାୟକ,ପୁରନେନ୍ଦୁ କୁମାର ନାୟକ,ରଶ୍ମିରଞ୍ଜନ ମଲ୍ଲିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁର ନାରାୟଣ ସାହୁ, ବିଷ୍ଣୁ ନାୟକ,ରତ୍ନାକର ବାରିକ,ମୀନକେତନ ଦାସ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More