ଏକ ପରିବାର ଦୀର୍ଘ ଚାରିବର୍ଷ ହେବ ପିଡ଼ିଏସ୍ ସାମଗ୍ରୀ ପାଇବାରୁ ବଞ୍ଚିତ

12

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଅସ୍ତରଙ୍ଗ ଯୋଗାଣ ବିଭାଗ ଗୁରୁତ୍ଵ ନଦେବାରୁ ଏକ ପରିବାର ଦୀର୍ଘ ଚାରିବର୍ଷ ହେବ ପିଡ଼ିଏସ୍ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଛନ୍ତି । ହାତରେ କାର୍ଡ ଅଛି, କିନ୍ତୁ ତାଲିକାରୁ ନାଁ କଟିଯିବା କହି ଭୁଆଁ ବୁଲାଇ ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି । ଏହି ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ କେନ୍ଦ୍ରାପଟି ଗ୍ରାମ ପଞ୍ଚାୟତର ରଘୁନାଥପୁର ଗ୍ରାମର ସଞ୍ଜୟ କୁମାର ମହାନ୍ତି । ତାଙ୍କୁ ଦୀର୍ଘ ୪ ବର୍ଷ ହେବ ପିଡ଼ିଏସ ସାମଗ୍ରୀ ମିଳୁ ନାହିଁ ଯାହାଫଳରେ ମଧ୍ୟ ସେ ବହୁବାର ଯୋଗାଣ ବିଭାଗ ଅଫିସକୁ ଯାଇ ଯୋଗାଯୋଗ କରିବାରେ ମଧ୍ୟ କୌଣସି ସୁଫଳ ପାଇପାରୁନାହାନ୍ତି । ଅନ୍ୟପକ୍ଷରେ ସବୁ ଠାରୁ ବଡ କଥା ହେଉଛି ରାସନ କାର୍ଡରେ ତାଙ୍କ ସ୍ତ୍ରୀଙ୍କ ନାଁ ପ୍ରିୟଙ୍କା ମହାନ୍ତି ସ୍ଥାନରେ ଭୁଲକ୍ରମେ ଅଥବା ଜାଣିଶୁଣି ଶୁଭଲକ୍ଷ୍ମୀ ମହାନ୍ତି କରାଯାଇଛି । ଏହି ନାମ ଭୁଲ ମଧ୍ୟ କାର୍ଡ ରେ କିପରି ହେଲା ଆଫିସ ରେ ସବୁ ତଥ୍ୟ ରାସନ ଦରଖାସ୍ତ ସମୟରେ ଦେବା ପରେ ମଧ୍ୟ କାର୍ଡରେ ନାମକୁ ଭୁଲ କରିଦିଆଯାଉଛି ଯାହା ଫଳରେ ଆଜି ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସଞ୍ଜୟ । ଏ ସମ୍ପର୍କରେ ସଞ୍ଜୟ କୁହନ୍ତି ଏମିତି ଉଦେଶ୍ୟମୂଳକ ଭାବେ ନାମ ଭୁଲ କରାଯାଇ ତାଙ୍କ କାର୍ଡ କାଟି ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ତୁରନ୍ତ ଧ୍ୟାନ ଦିଅନ୍ତୁ ବୋଲି ସେ ଆକୁଳ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଆମ ସଙ୍ଘର୍ଷ ନ୍ୟୁଜ୍ ପ୍ରତିନିଧି ଯୋଗାଣ ଅଧିକାରୀ (MI) ଦୀପ୍ତିରଞ୍ଜନ ସିଂଙ୍କୁ ପଚାରିବାରେ ଫୋନ ମାଧ୍ୟମରେ ସେ କହିଲେ ଫୋନ mic record ହଉଚି କହିକି କଟିଦେଲେ । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More