ଏକ ତରଫା ପ୍ରେମ ରୁ ନାବାଳିକାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ

16

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ) : – ଜଣେ 15 ବର୍ଷୀୟା ନାବାଳିକାଙ୍କୁ ପ୍ରେମ ନିବେଦନ କରି ପ୍ରେମରେ ବିଫଳ ହେବାରୁ କୋଚିଂ ଯିବା ବାଟରେ ଅଟକାଇ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ଦେଖିବାକୁ ମିଳିଛି ନରସିଂହପୁର ଥାନା ଅର୍ନ୍ତଗତ ଓସ୍ତନାରାୟଣୀପୁର ଗ୍ରାମରେ । ଗୁରୁତର ଆହତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ନରସିଂହପୁର ମେଡିକାଲରେ ଚିକିତ୍ସା କରାଯାଉଥିଲେ ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ରୁ ପ୍ରକାଶ ଯେ ଓସ୍ତନାରାୟଣୀପୁର ଗ୍ରାମର ପ୍ରତିସ୍ କୁମାର ପଟ୍ଟନାୟକ ଓରଫ ଗୁଡୁ ସେହି ଗ୍ରାମର ସରୋଜ କୁମାର ମହାନ୍ତିଙ୍କ ଝିଅ 15 ବର୍ଷୀୟା ନାବାଳିକା ଝିଅକୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପ୍ରେମ ନିବେଦନ କରି ଆସୁଥିଲା ସଂପୃକ୍ତା ନାବାଳିକା ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ବିଭିନ୍ନ ସମୟରେ ଧମକ ଚମକ ଦେବା ସହ ଘରୁ ଉଠାଇ ନେବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଆସୁଥିଲା। ବୁଧବାର ଦିନ ଅପରାହ୍ନ 4ଟାରେ ସଂପୃକ୍ତା ନାବାଳିକା କୋଚିଂ କୁ ଯାଉଥିବା ସମୟରେ ସେହି ଗ୍ରାମ ରାସ୍ତାରେ ଗୁଡୁ ଜୋର୍ ଜବରଦସ୍ତ ଟଣାଓଟରା କରିବାରୁ ନାବାଳିକା ଏହାକୁ ବିରୋଧ କରିଥିଲେ। ଯାହଫଳରେ ଉତ୍ୟକ୍ତ ହୋଇ ଏକ ଛୁରୀରେ ଶରୀରର ପିଠି, ହାତ ଆଦି ବିଭିନ୍ନ ସ୍ଥାନକୁ ଆଘାତ କରିଥଲେ। ଗୁରୁତର ଆହତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ନରସିଂହପୁର ମେଡିକାଲ କୁ ଆଣି ଚିକିତ୍ସା କରିବା ସହ ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ସରୋଜ ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟା ସମୟରେ ଗ୍ରାମକୁ ଆସି ଯୁବକ ଜଣଙ୍କ ଆଉ କିଛି ବ୍ୟକ୍ତିଙ୍କୁ ଧମକ ଦେଉଥିବା ବେଳେ ଗ୍ରାମର ସଭାପତିଙ୍କ ନିର୍ଦେଶରେ ଉକ୍ତ ଯୁବକ ଙ୍କୁ ମାଡି ବସିଥିଲେ।ଗ୍ରାମର ରାମଲୀଳା ମଣ୍ଡପରେ ବସାଇ ତାଙ୍କ ମାକୁ ପଚରା ଯାଇଥିଲା ।ମୋ ପୁଅ ମୋ କଥା ମାନୁନି ବୋଲି କହିବା ପରେ ପୋଲିସ କୁ ଖବର ଦିଆଯାଇଥିଲା । ପୋଲିସକୁ ଖବର ଦେବା ପରେ ଥାନାକୁ ନେଇଯାଇ ଥିଲା।ଉକ୍ତ ଯୁବକଙ୍କ ଗାଡି ଓ ଭୁଜାଲିକୁ ପୋଲିସ କେବେ ଜବତ କରୁଛି ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More