ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବତୀ ମୃତ , ଯୁବକ ଆହତ

53

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଯୁବକ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି । ମୃତ୍ୟୁ ବରଣ କରିଥିବା ଯୁବତୀ ଜଣକ ହେଉଛନ୍ତି କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଖାଣ୍ଡିଆବନ୍ଧର ମାମଲି ସେଠୀ ( ୨୧)। ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତୁ ଖୁଣ୍ଟିଆ ସାହି ରବି ନାରାୟଣ ଦାସ । ମିଳିଥିବା ସୂଚନା ଅନୁଯାୟୀ ମାମାଲି ଓ ରବି ଗାଡ଼ିରେ ଭୂଦାନ ଛକ ନିକଟରେ ଯାଉଥିବା ବେଳେ ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ମାମାଲି ଓ ରବି ତଳେ ପଡି ଯାଇଥିଲେ । ଅଚେତ୍ ହୋଇ ପଡ଼ିଥିବା ବେଳେ ପୋଲିସ pcr ସହାୟତାରେ ଡାକ୍ତର ଖାନାରେ ଭର୍ତି କରିଥିଲା । ତେବେ ଡାକ୍ତର ଚିକିତ୍ସା କରି ମାମାଲିଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ତାଙ୍କର ସାଥିଙ୍କୁ ଚିକିତ୍ସତ ହୋଇଛନ୍ତି। ତେବେ ଉକ୍ତ ଯୁବକଙ୍କ ସହ ମାମାଲିଙ୍କ ବିବାହ ହୋଇଥାନ୍ତା ବୋଲି ପରିବାର ଲୋକଙ୍କ ପଖରୁ ସୂଚନା ମିଳିଛି। ତେବେ ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More