ଏକାଦଶ ଚନ୍ଦନ ମହୋତ୍ସବ-୨୦୨୨ ଅନୁଷ୍ଠିତ

31

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଏକାଦଶ ଚନ୍ଦନ ମହୋତ୍ସବ-୨୦୨୨ ପାଳିତ ହୋଇଯାଇଛି ।ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟ ପୁରୋଧା ରହିଥିଲେ।ବଡ଼ମ୍ବାର ରାଜା ସାହେବ ତ୍ରିବିକ୍ରମ ସିଂ ଆନୁଷ୍ଠାନିକ ଭାବେ ବଡ଼ମ୍ବାର ଏହି ଐତିହ ସମ୍ପନ୍ନ ଏକାଦଶ ଚନ୍ଦନ ମହୋତ୍ସବ କୁ ଘୋଷଣା କରିଥିଲେ।କଟକ ଜିଲ୍ଲା ବଡମ୍ବାରେ ଶ୍ରୀ ଗୋପୀନାଥ ଜିଉଙ୍କର ଚାଲିଛି ଚନ୍ଦନ ଯାତ୍ରା।ରାଜୁଡ଼ା ସମୟରୁ ଏହି ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଏହା ଏବେ ପରିଣତ ହୋଇଛି ମହୋତ୍ସବରେ।୫ଦିନ ଧରି ଚାଲିବ ଏହି ମହୋତ୍ସବ।ଟାଉନ ମଧ୍ୟ ସ୍ଥଳରେ ଥିବା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରୁଛନ୍ତି ଶ୍ରୀଜିଉ।ରାଜୁଡ଼ା ଅମଳରୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାର ବଡମ୍ବା ଠାରେ।ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରୁଛନ୍ତି।କରୋନା ଯୋଗୁ ଦୁଇ ବର୍ଷ ହେଲା ଏହି ଚନ୍ଦନ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବେସ ଜାକଜମକରେ ହେଉଛି ଚନ୍ଦନଯାତ୍ରା। ସଂଧ୍ୟାରେ ଶ୍ରୀଜିଉଙ୍କ ଚାପଖେଳ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ ବହୁ ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ ମାନେ।୫ ଦିନ ଧରି ଚାଲୁଥିବା ଏହି ଯାତ୍ରା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ତେବେ ଦୂରରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ବ୍ୟବସ୍ଥାମାନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More