ଏକମାତ୍ର ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର

20

Get real time updates directly on you device, subscribe now.

ଆଙ୍କର:- ହଁ ଦର୍ଶକବନ୍ଧୁ ଭଗବାନଙ୍କ ସୃଷ୍ଟି ସର୍ଜନା ବଡ଼ ବିଚିତ୍ର। ଭଗବାନ କାହା ଜୀବନରେ ଦୁଃଖର ପାହାଡ଼ ଲଦି ଦେଇଥିବା ବେଳେ କାହା ଜୀବନରେ ଭରି ଦେଇଛନ୍ତି ଅସୁମାରୀ ସୁଖ। ତାହା କେବଳ ଦୈବ ହିଁ ଜାଣିଛି । ଏଇ ଯେମିତି ଘରେ ରୋଗୀଣା ବାପା ମାଆଙ୍କ ମୁହଁରେ ଗଣ୍ଡେ ଦାନା ବା ଔଷଧ ଟିକକ ଦବା ପାଇଁ ସୁଦୂର ବାଙ୍ଗାଲୋରରେ ଦାଦନ ଖଟି ପଇସା ଯୋଗାଉଥିବା ୨୫ ବର୍ଷୀୟ ଭେଣ୍ଡିଆ ପୁଅର ଟ୍ରେନ ଦୃର୍ଘଟଣାରେ ଚାଲିଯାଇଛି ଜୀବନ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ଅଭିମନ୍ୟୁ ସାହୁଙ୍କ ଏକମାତ୍ର ପୁଅ ମାନସ ସାହୁ ବୟସ ୨୫, ଅଭାବ ଅନାଟନ ପରିବାର ଚଳାଇବା ପାଇଁ ନିଜର ପାଠପଢାରେ ଡୋରି ବାନ୍ଧି ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର ସହର। ସେଠାରେ ଯାହା ପାରିଶ୍ରମିକ ମିଳେ ନିଜେ ଖାଇପିଇ ପରିବାରରେ ଥିବା ରୋଗିଣା ବାପା ମାଆଙ୍କ ଖାଇବା ଓ ଔଷଧ ଖର୍ଚ୍ଚ ପାଇଁ ପ୍ରତି ମାସରେ ପଠାଇଥାନ୍ତି। ହେଲେ ଗତ ୨୨ ତାରିଖ ଦିନ ସକାଳ ସମୟରେ ରୁମରୁ ବାହାରି ସାଇଟକୁ କାମ କରିବାକୁ ଜିବା ବାଟରେ ଲୈହଦାନବ (ଟ୍ରେନ) ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି। ପୁଅର ମୃତ୍ୟୁ ଖବରପାଇ ବୃଦ୍ଧ ମାଆ ବାପା ମୁଣ୍ଡ ବାଡେଇ ବାହୁନି ବାହୁନି କାନ୍ଦିବା ସହିତ ବେଳେ ବେଳେ ମାଆ ବେହୋସ୍ ହୋଇଯାଉଛନ୍ତି। ଏପଟେ ରୋଗରେ ଝଟପଟ ହେଉଛନ୍ତି ବାପା। ଜେଜେ ମାଆ ପିଣ୍ଡାରେ ବସି ଦିନ ଗଣୁଥିବା ବେଳେ ନାତି କୁ ହରାଇ ଆଖିରୁ ଲୁହ ଗଡାଉଛନ୍ତି। ଏବେ ଏ ପରିବାରକୁ କିଏ ସାହା ହେବ ଏ ଦୁନିଆରେ ସେମାନେ କେମିତି ବଞ୍ଚିବେ ସେ ନେଇ ସ୍ଥାନୀୟ ଲୋକ ମଧ୍ୟ ଚିନ୍ତାରେ। ମାନସଙ୍କ ରୋଗିଣା ବାପାଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ତେଲ ଲୁଣର ସଂସାର କିଭଳି ଚଳାଇବେ ତାହା ଏବେ ଚିନ୍ତାର ବିଷୟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ଗ୍ରାମବାସୀ ଓ ପଡ଼ୋଶୀ ମାନେ ଅନୁରୋଧ କରି କହିଛନ୍ତି ସ୍ଥାନୀୟ ପ୍ରଶାସନ ଓ ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଆକାଉଣ୍ଟ ନଂମ୍ବର ରେ କିଛି କିଛି ସାହାଯ୍ୟ କଲେ ଆପଣମାନଙ୍କ ଟିକକ ସାହାଯ୍ୟ ହୁଏତ ରୋଜଗାରିଆ ପୁଅ କୁ ହରାଇଥିବା ଏହି ବୃଦ୍ଧ ମାଆ ବାପା ଆଉ କିଛି ଦିନ ବଞ୍ଚି ଯାଆନ୍ତେ। ଆକାଉଣ୍ଟ ନଂମ୍ବର ଟି ହେଲା :-
Abhimanyu sahu.
6038328956
IFSC code:- IDIB000A081.
Indian Bank. Pattamundai.
ପଟ୍ଟାମୁଣ୍ଡାଇ ରୁ ଶକ୍ତି ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More