ଏକତ୍ରର ନାଟ୍ୟପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ

15

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଇସ୍ପାତ ନଗରୀର ୨୪ଟି ନାଟ୍ଯାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନାଟ୍ଯପଠନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ଓ ସଂଯୋଜନା ତଥା ସାଧାରଣ ସଂପାଦକ ସୁଦେଶ ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଦେଷ୍ଟା ଡାକ୍ତର କୃପାସିନ୍ଧୁ ନାୟକ, ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଓ ନାଟ୍ଯକାର ତଥା ଅଭିନେତା କୈଳାଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାଟ୍ଯ ପଠନ ନାଟ୍ଯକର୍ମୀଙ୍କ ପାଇଁ କିପରି ଆବଶ୍ୟକତା ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ପାଣି ତାଙ୍କ ସଭାପତିତ୍ବ ଅଭିଭାଷଣରେ କହିଲେ ଯେ ଅନୁଷ୍ଠାନ ତରଫରୁ ଏକ କର୍ମଶାଳା, ସ୍ମରଣିକା, ଓ ଆଗାମୀ ଡିସେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ନାଟକ ମହୋତ୍ସବ କରାଯିବ । ଯୁଗ୍ମ ସଂପାଦିକା କନକଲତା ନାୟକ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ନାଟ୍ଯକାର ରତ୍ନାକର ଚଇନିଙ୍କ ନାଟକ ଶୂନ୍ୟ ପଞ୍ଜୁରୀକୁ ସକଳ୍ପ ପରିବାର ତରଫରୁ କୁଞ୍ଜନଲାଲ ବୋଷଙ୍କ ନିର୍ଦ୍ଦେଶନାରେ ସର୍ବଶ୍ରୀ ବାସୁଦେବ ଷଡଙ୍ଗୀ, ମନୋଜ ନାୟକ, ଚିନ୍ମୟ ତ୍ରିପାଠୀ ଓ ରାନୁ ମହାପାତ୍ର ପ୍ରମୁଖ ନାଟ୍ଯକୁ ପଠନ କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କୁ ଶ୍ରୀଫଳ ଓ ନାଟ୍ଯ ନିର୍ଦ୍ଦେଶକ ଶ୍ରୀ ବୋଷଙ୍କୁ ଶ୍ରୀଫଳ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଏହି ନାଟକକୁ ସଂକଳ୍ପ ପରିବାର ତରଫରୁ କଟକରେ ମଞ୍ଚସ୍ଥ କରାଯାଇ ବିଭିନ୍ନ ବିଭାଗରେ ପୁରସ୍କାର ଲାଭ କରିଥିଲେ। ନାଟ୍ୟପଠନ ପରେ ସମସ୍ତ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂକଳ୍ପ ପରିବାରର ମଞ୍ଜୁ ମୁଖାର୍ଜୀ, ଡଃ କିଶୋରୀ ଦାଶ, ଅକ୍ଷୟ ଧଳ, ବସନ୍ତ କୁମାର ଦାସ, ପ୍ରବୀର କୁମାର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଏକତ୍ରର ପ୍ରଜ୍ଞାନନ୍ଦ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ନାଟ୍ଯାନୁଷ୍ଠାନର କର୍ମକର୍ତ୍ତା ଓ ନାଟ୍ଯପ୍ରେମୀ ମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More