ଜଗତସିଂହପୁର(ସଂଘର୍ଷ ମିଡିଆ ) : -ବୀର ନିସ୍ଵାର୍ଥପର ମହାପୁରୁଷ ମାନଙ୍କ ଅକ୍ଲାନ୍ତ ପରିଶ୍ରମ,ତ୍ୟାଗ,ଦେଶମାତୃତା ,ଦୃଢ ଆତ୍ମବଳ ଏବଂ ଅଦମ୍ୟ ସାହସ ବଳରେ ଆଜିର ଦିନରେ ଦେଶ ସ୍ୱାଧୀନତା ହେଇ ଯାହାକି ଆମେ ଆଜି ଅତ୍ୟନ୍ତ ଉଲ୍ଲାସ ଏବଂ ଉତ୍କଣ୍ଠାର ସହ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛେ | ଏହି ଦିବସରେ ଏକତା ସ୍ପୋର୍ଟିଂ କ୍ଳବ, ତିରୁଣା ପରିବାର କରୋନାର ସମସ୍ତ ନିୟମାବଳୀ ମାନି ପ୍ରାତଃ ସମୟରେ କ୍ଳବ ପ୍ରାଙ୍ଗଣ ପରିସରରେ ତିରୁଣା ଗ୍ରାମପଞ୍ଚାୟତ ସରପଞ୍ଚ ନିରୁପମା ଦାସ ମହୋଦୟା ଏବଂ ନାୟାବ ସରପଞ୍ଚ ଦିଜ୍ବବର ପରିଡା ଏବଂ କ୍ଳବ ସଭାପତି ଜ୍ଞାନ ରଞ୍ଜନ ପରିଡାଙ୍କ ନେତୃତ୍ୱରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କ୍ଳବ ର ବରିଷ୍ଠ ସଦସ୍ୟ ମୁକେଶ ପରିଡା, ଆଦିତ୍ୟ ପରିଡା ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିସାରିବା ପରେ ପରେ ସେ ମହାପୁରୁଷ ମାନଙ୍କ ବିଷୟରେ କିଛି ଜ୍ଞାନ ଦେଇ ତାଙ୍କ ଭଳି ବୀର ପୁରୁଷ ହେବାକୁ ଉପଦେଶ ଦେଇଥିଲେ | ଏହା ପରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା | ଏହା ପରେ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଜଗତସିଂହପୁର ସହଯୋଗ ରେ ଏକତା ସ୍ପୋର୍ଟିଂ କ୍ଳବ, ତିରୁଣା “ଆଜାଦି କା ଅମ୍ରିତ ମହୋତ୍ସବ” ନାରା ରେ ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଦ୍ୱାରା ଏକ ମିନି ମାରାଥନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏହି ପ୍ରତିଯୋଗିତା ତିରୁଣା ଛକ ଠୁ ଆରମ୍ଭ ହୋଇ ବାଉଁଶ ଯୋଡି ନଦୀ ପ୍ରଯ୍ୟନ୍ତ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ବ୍ଲକ ସଂଯୋଜକା ନିହାରିକା ମନ୍ଥନ ଏବଂ ତପନ କୁମାର ବେହେରା ଯୋଗଦେଇ ପ୍ରତିଯୋଗି ମାନଙ୍କୁ କିଭଳି ଭାବେ ଏହି କରୋନା ସମୟରେ ଫିଟ ରହିବେ ସୁସ୍ଥ ରହିବେ ବୁଝାଇଥିଲେ | ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।