ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

17

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଏକତା ମହିଳା ଗୃପ ତରଫରୁ ଶାରଦୀୟ ପୂଜା ଅବସରରେ ଝିରପାଣି ଜଗନ୍ନାଥ ମନ୍ଦିର ପରିସରରେ ଦାଣ୍ଡିଆ ନୃତ୍ୟ ଆୟୋଜନ କରାଯାଇଥିଲା । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃପର ସଦସ୍ୟ ଓ ଅନ୍ୟମାନଙ୍କୁ ନେଇ ଦାଣ୍ଡିଆ ନୃତ୍ୟ ସହ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ବିଭକ୍ତ କରାଯାଇ ଭଲ ନୃତ୍ୟ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ମୋହନ କୁମାର ମହାନ୍ତିଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଅଶୋକ କକ୍କଡ,ଅଞ୍ଜୁ କକ୍କଡ,ପୁଟୁଲ ସାହୁ ଓ ପରଭେଜ ଅରୋରା ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ଲତା ବେହେରା,ରୀତା ସାମଲ,ଶର୍ମିଲା ରାଜଗୁରୁ, ଅନିତା ମହାନ୍ତି,ଅସ୍ମିତା ମହାନ୍ତି, ସୁଚିସ୍ମିତା ପଣ୍ଡା, ନିତାଞ୍ଜଳୀ ପରିଡା, ରୀନାରାଣୀ ସାହୁ,ଶୁଭସ୍ମିତା ମହାନ୍ତି,ରାହୁଲ ମହାନ୍ତି, ବିଶ୍ବଜିତ ରାଉତ, ମନୋରମା ଧଳ,ବନଜା ବିଶ୍ବାଳ,ବିଶାଖା ମହାନ୍ତି, ମମତା ନାୟକ,ଅଂଶୁପା ଦଳେଇ, ସଂଜୁକ୍ତା ପ୍ରହରାଜ,ସୁଷମା ଡାଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଭାଗନେଇଥିବା ବେଳେ ଶେଷରେ ସଭାପତି ଶ୍ରୀ ମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More