ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ସମବାୟ ବିଭାଗର ସହକାରୀ ନିବନ୍ଧକ (ଏଆରସିଏସ ) ମନିକା ରାୟଙ୍କ ମନମୁଖୀ କାର୍ଯ୍ୟ ଏବଂ ଦାୟିତ୍ୱରେ ଅବହେଳା ଯୋଗୁଁ ଅଂଚଳର ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଏନେଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଚାଷୀ ସଭାପତି ବୃନ୍ଦାବନ ତ୍ରିପାଠୀ |ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ସମବାୟ ସମିତି ସମୂହ ର କାର୍ଯ୍ୟରତ ଏଆରସିଏସ ମନିକା ରାୟ ନବରଙ୍ଗପୁର ଜିଲ୍ଲା ରେ ଆଜକୁ 4 ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସେ ଠିକ ଭାବରେ କାର୍ଯ୍ୟାଳୟ ରେ ରହୁନଥିବା ଯୋଗୁଁ ସମବାୟ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ଏନେଇ ତାଙ୍କ ବିରୁଦ୍ଧରେ କେହି ମୁହଁ ଖୋଲୁନଥିବା ବେଳେ ତାଙ୍କ ଅନୁପସ୍ଥିତ ଯୋଗୁଁ ଜିଲ୍ଲାରେ 13 ଗୋଟି ଲ୍ୟାମ୍ପରେ ଚାଷୀଙ୍କ କୌଣସି କାର୍ଯ୍ୟ ହେବାରେ ବିଳମ୍ବ ଦେଖାଦେଇଥିଲା | ଏହାପରେ ଚାଷୀ ସଂଘ ତରଫରୁ ବିଗତ ଦିନରେ ଏଆରସିଏସ ନାମରେ ନନ୍ଦାହାଣ୍ଡି ବ୍ଲକ ଚାଷୀ ସଂଘ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା | ଶ୍ରୀମତୀ ରାୟଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଟ କିଛି ଅଧିକାରୀ ଏବଂ କର୍ମଚାରୀ ଶ୍ରୀମତୀ ରାୟ ବିନା ଛୁଟି ରେ ପ୍ରାୟ ସମୟ ନିଜ ଘରକୁ ଚାଲି ଯାଉଥିବା ଅଭିଯୋଗ କରିଛନ୍ତି | କିନ୍ତୁ ସେମାନଙ୍କ ନାମ ନକହିବା ପାଇଁ ଆମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ | ଏପଟେ ଆଗକୁ ସମବାୟ ନିର୍ବାଚନ ଥିବା ବେଳେ ଏନେଇ ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କ ତରଫରୁ ଜିଲ୍ଲାରେ ନିର୍ବାଚନ ପାଇଁ ଗତ ଏପ୍ରିଲ 10 ତାରିଖରେ ସମବାୟ ଅଧିକାରୀ ମାନଙ୍କ ପାଇଁ ଏଅlରସିଏସ କାର୍ଯ୍ୟାଳୟରେ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ତୁଲାଇବା ପାଇଁ ନିର୍ଦେଶ ଥିବାବେଳେ ସେ ସରକାରଙ୍କ ନିର୍ଦେଶକୁ ଅବମାନନା କରି ସେ ସେହିଦିନ ଅନୁପସ୍ଥିତ ରହିବା ଯୋଗୁଁ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ରେ ବାଧା ସୃଷ୍ଟି ହେବାପରେ ଜୟପୁର ଡିଆରସିଏସ ( ଉପ ନିବନ୍ଧକ ସମବାୟ ସମିତି ସମୂହ ) ଏଥିରେ ହସ୍ତକ୍ଷେପ କରି ନିଜେ ଅଧ୍ୟକ୍ଷତା କରି ଟ୍ରେନିଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଏହି ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲା ମସ୍ୟ ଅଧିକାରୀ ଜଗଦୀଶ ରାଓ, ଉପ ସହକାରୀ ନିବନ୍ଧକ ଶିଶିର କୁମାର ଦାସ, କେଶବ ନାୟକ, ସମବାୟ ନିରୀକ୍ଷକ ଦିଲୀପ ନାୟକ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଏଥିରେ ଭାଗ ନେଇଥିଲେ | କିନ୍ତୁ ଜଣେ ଦାଇତ୍ୱବାନ ଅଧିକାରୀ ହୋଇ ସରକାରୀ କାର୍ଯ୍ୟକ୍ରମରେ ଶ୍ରମତି ରାୟ ଅନୁପସ୍ଥିତ ରହିବା ନେଇ ସମସ୍ତ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା | ଏନେଇ ଶ୍ରୀମତୀ ରାୟଙ୍କ ଉପରସ୍ଥ ଅଧିକାରୀ ଡିଆରସିଏସ (ଉପ ନିବନ୍ଧକ ସମବାୟ ସମିତି ସମୂହ ଜୟପୁର ) ସି ଏଚ ଭବାନୀ ପ୍ରସାଦଙ୍କୁ ପଚାରିବାରୁ ସେ ମଧ୍ୟ ଶ୍ରୀମତୀ ରାୟଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାଙ୍କୁ ଦାୟୀ କରିବା ସହ ସେ ବିନା ଛୁଟିରେ ଗତ ଏପ୍ରିଲ 9ଏବଂ 10 ତାରିଖ ରେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା କଥାକୁ ସ୍ୱୀକାର କରିବା ସହ ତାଙ୍କ ବିରୁଦ୍ଧରେ ସେ ରାଜ୍ୟ ସମବାୟ ବିଭାଗକୁ ଅବଗତ କରାଇଥିବା କହିଥିଲେ | ଏପଟେ ଗୋଟିଏ ପଟେ ବିଭଗୀୟ କର୍ମଚାରୀଙ୍କ ଅଭିଯୋଗ ଏବଂ ଅସନ୍ତୋଷ କୁହୁଳୁ ଥିବାବେଳେ ଅନ୍ୟପଟେ ଅସନ୍ତୋଷ ଚାଷୀ ଶ୍ରୀମତୀ ରାୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ବଦଳି ଦାବି କରିଛନ୍ତି | ଯଦି ଏପରି ଦାଇତ୍ୱହୀନ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଚାଷୀ ସଂଘ ସଭାପତି ବୃନ୍ଦାବନ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।