ଜଗତସିଂହପୁର(ସଂଘର୍ଷ ମିଡିଆ ) :-ଜଗତସିଂହପୁର ଜିଲା ତ୍ତିର୍ତ୍ତୋଲ ବ୍ଳକ କଟରା ଠାରେ ଥିବା ସନ୍ଥ ବିନୋବା ସମବାୟ ସମିତିର ହୋଇଥିବା ଅନିୟମିତତା ନେଇସାତ ଦଫା ଦାବିରେ କଟରା ଗ୍ରାମର ଶତାଧିକ ଜମାକାରୀ ଜିଲା ଏଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।ଦାବୀ ଗୁଡିକ ମଧ୍ୟରେ ନିଜ କଷ୍ଟ ଅର୍ଜିତ କରି ସୋସାଇଟି ରେ ଜମା କରିଥିବା ଅର୍ଥ କୁ ତୁରନ୍ତ ସାତ ଦିନ ଭିତରେ ପ୍ରଦାନ କରାଯାଉ,65ଧାରା ଇନକ୍ବାରି ନହେଲେ ମଧ୍ୟ ପ୍ରାପ୍ୟ ପ୍ରଦାନ କରାଯାଉ।ଠିକ ଥିବା ଟଙ୍କା ସମ୍ପୂର୍ଣ୍ଣ ଦିଆଯିବା ସହ ସୁଧ ଟଙ୍କା ଜମା ଖାତାରେ ଜମା କରାଯାଉ ଇତ୍ୟାଦି ଦାବିରେ ଧାରଣା ଦେଇଛନ୍ତି।ଏହି ଧାରଣାରେ ସୁଶାନ୍ତ କୁମାର ପଲେଇ, ରାଜେନ୍ଦ୍ର ବିଶ୍ୱାଳ, ତ୍ରିଲୋଚନ ସାହୂ,ଅନାଦି ଚରଣ ମଲ୍ଲ, ବସନ୍ତ ମଞ୍ଜରୀ ଦେଇ, ପ୍ରଭଞ୍ଜନ ବିଶ୍ୱାଳ ପ୍ରମୂଖ ଶତାଧିକ ଜମାକାରୀ ଜମା ଟଙ୍କା ଫେରି ପାଇବା ପାଇଁ ଧାରଣା ଦେଇଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।