ଗଞ୍ଜାମ (ସଂଘର୍ଷ ନିଆଦିଆ); – : ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡ଼ିଗଲେ ଯୁବ ଡାକ୍ତର। ବହୁ ଖୋଜାଖୋଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ରାକେଶ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି କରୁଥିଲେ। ଦୁଇ ଜଣ ଡାକ୍ତର ଓ ଜଣେ ଇଞ୍ଜିନିୟର ବନ୍ଧୁଙ୍କ ସହ ପିକନିକ କରିବାକୁ ଯାଇଥିଲେ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ ଏବଂ ସେଠାରେ ରାକେଶଙ୍କ ଗୋଡ଼ ଖସି ଯାଇଥିଲା