ଋଣ ନାଁରେ ଠକେଇ କରି ବ୍ୟାଙ୍କ କର୍ମଚାରୀ ଗିରଫ

15

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) :-୮ କୋଟି ଠକେଇ ମାମଲାରେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲ୍‌ଡ ଅଫିସର ଗିରଫ।ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୂଖ୍ଯ ଶାଖାରେ ହୋଇ ଥିବା ଏକ ଆଠ କୋଟି ଟଙ୍କାର ଠକେଇ ମାମଲାରେ ଆଜି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସଂପୃକ୍ତ ଅଧିକାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୂଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲଡ ଅଫିସର ଆଶୁତୋଷ ଆଚାର୍ଯ୍ୟ। ଇଓଡବ୍ଲ୍ୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଅନୈତିକ ଫାଇଦା ଉଠାଇ ବିଭିନ୍ନ ବ୍ଯକ୍ତିଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କାର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ। ପରେ ଏ ସମସ୍ତ ଋଣ ଅର୍ଥକୁ ସେ ନିଜ ସମ୍ପର୍କୀୟ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ। ସବିଶେଷ ତଥ୍ୟ ଅନୁଯାୟୀ, ଅଭିଯୁକ୍ତ ଆଶୁତୋଷ ୫୯ ଜଣଙ୍କ ନାମରେ ସରକାରୀ ଚାକିରିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ, ଯାହାର ପରିମାଣ ଥିଲା ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା। ସେହିଭଳି,ସେ ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ। ଏହିଭଳି ଭାବେ ସମୂଦାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇ ଥିଲେ। ତେବେ ଋଣ ମଞ୍ଜୁର କରାଯାଇଥିବା ବ୍ୟକ୍ତି ମାନେ ସରକାରୀ ଚାକିରିଆ କିମ୍ବା ପେନସନଭୋଗୀ ନଥିବା ପରେ ଜଣା ପଡିଥିଲା। ଏ ନେଇ ଅଭିଯୋଗ ହେବା ପରେ ଆଶୁତୋଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରେ ଏ ନେଇ ୧୪/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା। ତଦନ୍ତରୁ ଘଟଣାର ସତ୍ୟତା ଜଣା ପଡିବା ପରେ ଆଜି ଅଭିଯୁକ୍ତ ଆଶୁତୋଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ…|

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More