ଉଲ୍ଲାର ଠାରୁ ରାୟପୁର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

38

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଂଚାୟତ ଉଲ୍ଲାର ଗ୍ରାମ ଠାରୁ ରାୟପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ବୋଲି ଆଞ୍ଚଳିକ ବିକାଶ ପରିଷଦ ଓ ଗ୍ରାମବାସୀଙ୍କ ଦ୍ବାରା ଏହାକୁ ବିରୋଧ କରାଯାଇଛି।ଉଲ୍ଲାର ଠାରୁ ରାୟପୁର ପର୍ଯ୍ୟନ୍ତ ରାସ୍ତାର ଦୈର୍ଘ୍ୟ 2.କିମି350ମି।1/9/2019 ରୁ ଆରମ୍ଭ ହୋଇ 29/2/2020ରେ ଶେଷ ହେବା କଥା।ଲୋକେ ଯାତାୟତ କରିବାକୁ ବହୁତ ଅସୁବିଧ ଭୋଗୁଥିଲେ।ଦୈନିକ ଏହି ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି।ଗ୍ରାମବାସୀ ଓ ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ବିରୋଧ ପରେ ଏବେ ବର୍ଷା ଦିନେ ତରବରିଆ ହିସାବରେ ରାସ୍ତା କାମ କରିଛନ୍ତି।ରାସ୍ତା ଟି ଉପରୁ ପିଚୁ ହାତରେ ଉଠିଯାଉଛି।ରାସ୍ତା କଡରେ ମାଟି ପଡିବା କଥା କିନ୍ତୁ ସ୍କୁପ ଙ କରି 90 ଡିଗ୍ରୀ ରେ ମାଟି କୁ କାଟିଛନ୍ତି ଯାହା ଫଳରେ ବର୍ଷା ହେଲେ ଧୋଇଯିବାର ଆଶଙ୍କା ଅଛି।ଗ୍ରାମବାସୀ ଏ ବିଷୟରେ S D O ଙ୍କୁ ଫୋନ ଯୋଗେ ପଚାରିଥିଲେ S D O କହିଥିଲେ ମୁଁ ନିଶ୍ଚିନ୍ତକୋଇଲି ଯାଇଛି ଫେରିଲେ ରାସ୍ତା ପାଖକୁ ଯାଇ ତଦାରଖ କରିବେ।ସରକାରଙ୍କ ର ଏହି ରାସ୍ତା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।କିନ୍ତୁ ଏଭଳି ତରବରିଆ ନିମ୍ନମାନର କାମକଲେ ଅଳ୍ପଦିନ ଭିତରେ ରାସ୍ତାଟି ନଷ୍ଟ ହୋଇଯିବ।ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ କେଦାରନାଥ ଜେନାଙ୍କ କହିବକଥା ଭିଜିଲାନ୍ସ ଯାଞ୍ଚ କରାଯାଉ ଓ ରାସ୍ତାଟି କୁ ପୁନର୍ବାର ନିର୍ମାଣ କରାନଗଲେ ଅଗାମିଦିନରେ ଆନ୍ଦୋଳନ କରାଯିବ।ହେମନ୍ତ ପ୍ରଧାନ,ବିଜୟକୁମାର ପ୍ରଧାନ,ବିନାୟକ ବେହେରା,ମୁରଲୀ ବେଉରା,ପରୀକ୍ଷିତ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More