ନବରଙ୍ଗପୁର(ସଂଘର୍ଷ ମିଡିଆ ): – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ର ୮ ନମ୍ବର ୱାର୍ଡ ଡଙ୍ଗରିସାହି ଠାରେ କନ୍ଧ (କୁଇ) ସାମାଜର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ମ୍ୟୁନିସପାଲଟି ଅଧ୍ୟକ୍ଷ ସୁଧାଂଶୁ ଦାସ, ଝାଡେଶ୍ୱର ମହାନ୍ତି, ସଞ୍ଜୟ ଗୁପ୍ତା, ସାଲିମ ଲାଟିଆ,ଜିଲ୍ଲା ଉପ ସଭାପତି ଧନୁର୍ଜୟ ପ୍ରଜା ପ୍ରମୂଖ ଉପସ୍ଥିତ ରହି ଭୂମି ପୂଜନ କାର୍ଯ୍ୟକ୍ରମ ହୋଇ ଥିବା ବେଳେ ଉମରକୋଟ ବ୍ଳକ ର କନ୍ଧ (କୁଇ)ସାମାଜ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଭାପତି ନମି ସାନ୍ତା,ଉପ ସଭାପତି ଲଖମୁ ପ୍ରଜା, ସମ୍ପାଦକ କେଶରୀ ସାନ୍ତା,କୋଷାଧ୍ୟକ୍ଷ ଖଗପତି ସାନ୍ତା, ସଭ୍ଯ ଦାମ ସାନ୍ତା,ଶ୍ରୀପତି ସାନ୍ତା,ସିନ୍ଧୁ ସାନ୍ତା ପ୍ରମୂଖ ସହଯୋଗ କରିଥିଲେ l ଏଥି ନେଇ କନ୍ଧ (କୁଇ)ସାମାଜ ର ସମସ୍ତ କର୍ମକର୍ତ୍ତା ନବରଙ୍ଗପୁର ସାଂସଦ,ଝରିଗାଁ ବିଧାୟକ ଶ୍ରୀ ମାଝୀ ଦ୍ୱୟଙ୍କୁ ଭୂୟସୀ ପ୍ରଶଂସା ସହ ଧନ୍ୟବାଦ ଜଣାଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l