ଉମରକୋଟ(ସଂଘର୍ଷ ମିଡିଆ ) : ଆଜି ଉମରକୋଟ ପୌର ପରିଷଦର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରର ବିଭିନ୍ନ ସମସ୍ୟା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପୌରାଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା ଏବଂ ଉପାଧ୍ୟକ୍ଷ ସୁଧାଂଶୁ ଦାଶଙ୍କ ମଧ୍ୟରେ ସହରର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟା ଶୁଣିବା ପରେ ପର୍ଯ୍ୟାୟ କ୍ରମେ ସହରର ସମସ୍ତ ସମସ୍ୟା ସମାଧାନ ନେଇ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ସହରବାସୀଙ୍କ ସହଯୋଗ କାମନା କରିଥିଲେ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ। ଏହି ଅବସରରେ ଉମରକୋଟ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାର ୨୩ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ଅଧ୍ୟକ୍ଷା ସୂଚନା ଦେଇଥିଲେ। ଖୁବ୍ ଶୀଘ୍ର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷା କହିଥିଲେ। ସହରର ଡ୍ରେନେଜ ସମସ୍ୟା, ରାସ୍ତାଘାଟ ସମସ୍ୟା ଏବଂ ସ୍ଵଚ୍ଛତା ଆଦି ପ୍ରମୁଖ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହ ସହରର ସମସ୍ତ ୱାର୍ଡ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ପରାମର୍ଶ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାଉନ୍ସିଲର ଭିକି ନାୟକ, ନେତ୍ର ହରିଜନଙ୍କ ସହ ସାମ୍ବାଦିକ ନଳିନୀ ମିଶ୍ର, ସଂଜୀବ ବିଶ୍ବାସ, କୁନା ସାହୁ, ନିରଞ୍ଜନ ବେହେରା, ସନ୍ତୋଷ ପାତ୍ର, ସନ୍ତୋଷ ଶତପଥୀ, ମାଧବ ସ୍ଵାଇଁ, ଅନୁରାଗ ପଟନାୟକ, ଜିତୁ ମାଳି, ସତ୍ୟ ନାରାୟଣ ରାଉତ, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।