ଉମରକୋଟରେ କଳସୀ ଯାତ୍ରା ମହାଆଡ଼ମ୍ବରରେ ପାଳିତ

83

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମାରେ କଳସୀ ମଣ୍ଡପରେ ମହାସମାରୋହରେ କଳସୀ ଯାତ୍ରା ହୋଇ ଚାଲିଛି l ଏହି କଳସୀ ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତବୃନ୍ଦ ଧାଇଁ ଆସିଥାନ୍ତି l କଳସୀ ମଣ୍ଡପ ପାଖରେ ଉଠା ଦୋକାନୀଙ୍କ ଭିଡ ଦେଖିବାକୁ ମିଳୁଛି l ଏଠାକୁ ଆସି ଠାକୁରାଣୀ ମାଙ୍କୁ ଦର୍ଶନ କରିବା ପରେ ମନ ପସନ୍ଦର ଜିନିଷ କିଣି ଘରକୁ ନେଇଥାନ୍ତି lମା ଠାକୁରାଣୀ ଘର ଘର ବୁଲି ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶିର୍ବାଦ କରିଥାନ୍ତି l ଗତ କାଲି ପୋଡ଼ାଗଡ଼ ସେବାୟତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ତଥା ପ୍ରକୃତି ପରିବେଶବିତ କୈଳାଶ ଚନ୍ଦ୍ର ବେହେରା ରହୁଥିବା ଗୁଲି ପାଟଣା ନିଜ ବାସଭବନ କୁ ମା ଠାକୁରାଣୀ ଙ୍କ ଆଗମନ ହୋଇଥିଲା l ଏହି ସାହି ଲୋକଙ୍କ ସହ ନିଜେ ଦର୍ଶନ କରି ଶ୍ରୀ ବେହେରା ଆତ୍ମ ସନ୍ତୋଷ ହୋଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More