ଉପାନ୍ତ ଅଞ୍ଚଳରେ ବୁନ୍ଦାଏ ପିଇବା ପାଣି ପାଇଁ ଡହଳବିକଳ ଗ୍ରାମବାସୀ

38

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ପ୍ରତି ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ, ଓଭରହେଡ ଟାଙ୍କି, ସୋଲାର ନଳକୂପ ସହ ବିଭିନ୍ନ ପ୍ରକଳ୍ପ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ ଉପାନ୍ତ ଅଞ୍ଚଳରେ ଲୋକେ ପାନୀୟ ଜଳ ପାଇଁ ଡହଳବିକଳ ହୋଇ ନାଳ ପାଣି ବ୍ୟବହାର କରୁଛନ୍ତି।ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଟିମନପୁର ପଞ୍ଚାୟତ ଅନ୍ତର୍ଗତ କୁସୁମଝରିଆ ପାରା ଗ୍ରାମରେ।ଏହି ଗ୍ରାମରେ ପ୍ରାୟ ୨୫ରୁ୩୦ପରିବାର ଦୀର୍ଘ ବର୍ଷ ହେଲା ବସବାସ କରି ଆସୁଛନ୍ତି।କିନ୍ତୁ ଶୁଦ୍ଧ ପାନୀୟ ଜଳ ଟିକେ ପାଇବା ଏମାନଙ୍କ ପାଇଁ ସାତସପନ ପାଲଟିଛି,ଦିନକୁଦିନ ଗ୍ରୀଷ୍ମପ୍ରବାହ ବଢୁଥିବା ବେଳେ ଯେମିତି ସେମିତି ନାଳ ପାଣି ରେ ଗାଧୁଆ ପାଧୁଆ କରୁଥିବା ବେଳେ, ପିଇବା ପାଣି ଟିକେ ପାଇବା କୁ ହେଲେ ଏକ କିଲୋମିଟର ନୂଆପାରା ଓ ଅନ୍ୟ ପଟେ ଏକ କିଲୋମିଟର ଧୋଉଡାଢଂଗରୀ ଯିବାକୁ ପଡିଥାଏ।ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବିଧାୟକ ଙ୍କୁ ମଧ୍ୟ ଗୁହାରି କରିଛନ୍ତି, ହେଲେ ନେତାଙ୍କ ପ୍ରତିଶ୍ରୁତି ନାମକୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଏନେଇ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରାସାଦ ବଳ ଙ୍କୁ ଜଣାଇବାରୁ ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।ତେବେ ଦେଖିବାକୁ ବାକି ରହିଲା କେବେ କୁସୁମଝରିଆ ପାରା ର ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ଟିକେ ପାଉଛନ୍ତି ଓ ଗୋଷ୍ଟି ଉନ୍ନୟନ ଅଧିକାରୀ କେବେ ସମାଧାନ କରି ବେ ତାହା ଦେଖିବାକୁ ବାକି ରହିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More