ଉପର ମୁଣ୍ଡରେ ସାମାନ୍ୟ ବର୍ଷାରେ ଶହ ଶହ ଚାଷ ଜମି ଜଳବନ୍ଦୀ

16

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ ) : – ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡ଼ା ଓ ଜରେଳପଦର ଠାରେ ନିର୍ମିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଚଳିତ ବର୍ଷ ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେବାରୁ ସ୍ଥାନୀୟ ଚାଷୀଙ୍କ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି। ଅନ୍ୟ ପକ୍ଷରେ ତଳମୁଣ୍ଡ ର ଲୋକେ ଭୟଭୀତ ହୋଇ ପଡିଛନ୍ତି। ସୂଚନାନୁସାରେ ଗତ ୨୦୧୯ ରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଶା ସରକାର ଜଳସମ୍ପଦ ବିଭାଗ , କ୍ଷୁଦ୍ର ଜଳସମ୍ପଦ ବିଭାଗ ଖଡ଼ିଆଳ ଆନୁକୂଲ୍ୟରେ ୨କୋଟି ୮୩ ଲକ୍ଷ ୧୪ ହାଜର ୬୪୨ ଟଙ୍କା ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହୋଇଅଛି। ମ ଜଣେ ଠିକାଦାର ଚୁକ୍ତିନାମା ୧୬୩ ପି ୧/୨୦୧୮-୧୯ ଅନୁସାରେ ୧୫ ଫେବୃଆରୀ ୨୦୧୯ ରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ୧୪ ଏପ୍ରିଲ ୨୦୨୦ ରେ ସମ୍ପୂର୍ଣ୍ଣ କରଣ ହେବାର ଚୁକ୍ତି ଥିଲା। ପ୍ରକଳ୍ପ ନିର୍ମାଣ ସମୟରେ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ଠିକ ଭାବେ କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥାନୀୟ ଲୋକେ ତାଗିଦ କରିଥିଲେ। କିନ୍ତୁ କେହି କର୍ଣ୍ଣପାତ କଲେ ନାହିଁ। ବର୍ତମାନ ସେଇ କାରଣ ରୁ ଚାଷୀ ମୁଣ୍ଡରେ ଚଡକ ପଡିଛି। ଲୋକଙ୍କ ହେକ୍ଟର ହେକ୍ଟର ଚାଷଜମି ସାମାନ୍ୟ ବର୍ଷା ରେ ଜଳମଗ୍ନ ହୋଇ ଚାଷ ସବୁ ଉଜୁଡି ଗଲାଣି। ପୁଣି ତଳମୁଣ୍ଡକୁ କେଉଁ ମୁହୂର୍ତ୍ତରେ ପାଣି ମାଡିଯିବ ଓ ଲୋକଙ୍କ ଧନ ଜୀବନ କ୍ଷତି ଘଟିବ ସେନେଇ ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏହାର ନିର୍ମାଣ ନିମ୍ନ ମାନର ହୋଇଥିବାରୁ ଏଭଳି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଉପର ମୁଣ୍ଡରେ ଜରେଳପଦର,କୋକପଦର ଓ ନୂଆପଡାର ଚାଷୀମାନେ କ୍ଷତି ଗ୍ରସ୍ତ ହେଉଛନ୍ତି। ଲୋକଙ୍କ ଚାଷ ଜମି ନଷ୍ଟ ହେବା ସହ ନୂଆପଡା ଓ କୋକପଦର ର ସ୍ମଶାନ ଭୂମି ଏବଂ ଅଞ୍ଚଳ ର ପାହାର ଭଣ୍ଡାର ଦେବୀମଠ ବୁଡି ଅଞ୍ଚଳରେ ରହିଯାଇଛି। ଅନେକ ଲୋକଙ୍କ ଧାନ ଚାଷ ସମେତ ଚିନାବାଦାମ,ହରଡ଼ ତଥା ପନିପରିବା ସବୁ ଜଳମଗ୍ନ ହୋଇ ନଷ୍ଟ ହୋଇଗଲାଣି। ଯୋଜନାର ଜଳ ସ୍ତର ସର୍ଭେ କରି ବୁଡି ଅଂଚଳରେ ଯାଉଥିବା ଚାଷୀ ଙ୍କୁ ଜମି ଅଧିଗ୍ରହଣର ମୂଲ୍ୟ ନିର୍ଦ୍ଧାରଣ କରି ପ୍ରଦାନ କରିବା କଥା। କିନ୍ତୁ ଜଳ ସ୍ତର ଟେଷ୍ଟ କରାଯାଇ ନ ଥିବାରୁ ଆଜି ଚାଷୀ ମାନେ ଏଭଳି ଦଶା ଭଗିବାକୁ ପଡୁଛି। ଏତଦ୍ବ୍ୟତୀତ ନିର୍ମାଣ କାର୍ଯ୍ୟ ରେ ମଧ୍ୟ ବହୁ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରକଳ୍ପର ଉଭୟ ମୁଣ୍ଡରେ ଥିବା ହୁଡ଼ା ମଝିରେ ଫାଟ ଦେଇ ଆଁ କଲାଣି। ହୁଡାର ଉଭୟ ପାର୍ଶ୍ବ ରେ ପଥର ପେଚିଙ୍ଗ କରିବା ସହ ଘାସ ରୋପଣ ମଧ୍ୟ କରାଯିବ କଥା। ତାହା ମଧ୍ୟ ଅଧାପନ୍ତରିଆ ହୋଇ ପଡିଛି। ଅନ୍ୟ ପକ୍ଷରେ କିଛି ଚାଷୀ ନିଜ ଚାଷକୁ ବଞ୍ଚାଇବା ପାଇଁ ଉଦ୍ବୃତ ଜଳର ଦିଗ ପରିବର୍ତ୍ତନ କରାଇବାରେ ଲାଗି ପଡିଛନ୍ତି। ହେଲେ ସମ୍ଭବ ହେଉନାହିଁ। ପ୍ରକଳ୍ପର ଉଭୟ ପାର୍ଶ୍ଵରେ କେନାଲ ନିର୍ମାଣ ହେବାର ମଧ୍ୟ ଯୋଜନା ରହିଛି। ପ୍ରକଳ୍ପ ତଥା କେନାଲ ନିର୍ମାଣ ରେ ଜମି ଯାଇଥିବା ଚାଷୀ ମାନଙ୍କୁ ଜମିଅଧିଗ୍ରହଣର ମୂଲ୍ୟ ଠିକ ଭାବେ ଦିଆଯାଇ ନାହିଁ। ବୁଡି ଅଞ୍ଚଳରେ କେଉଁ ମାନଙ୍କ ଚାଷ ଜମି ଯାଇଛି ତାହା ମଧ୍ୟ ନିର୍ଦ୍ଧାରଣ କରାଯାଇ ନାହିଁ। ଚଳିତ ମରୁଡି ସମ୍ଭାବ୍ୟ ବର୍ଷ ର ସ୍ୱଳ୍ପ ବର୍ଷାରେ ଏଭଳି ସ୍ଥିତି ହୋଇଥିବା ବେଳେ ପ୍ରବଳ ବର୍ଷା ରେ ସ୍ଥିତି କେତେ ଭୟାନକ ନ ହେବ ତା ନେଇ ଲୋକେ ଚିନ୍ତିତ ଅଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଜଳ ସ୍ତର ଟେଷ୍ଟ କରି ସମ୍ପୃକ୍ତ ଚାଷୀ ମାନଙ୍କ କ୍ଷତିପୂରଣ ଓ ଜମି ଅଧିଗ୍ରହଣ ରାଶି ପ୍ରଦାନ କରି ସ୍ମଶାନ ଭୂମି ଓ ଦେବୀ ମଠର ପୁନଃ ସ୍ଥାପନ ବ୍ୟବସ୍ଥା କରିବା ଏବଂ ନିମ୍ନ ମାନର କାମରେ ସମ୍ପୃକ୍ତ ଥିବା ଠିକାଦାର ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଚାଷୀ ଦାମୋଦର କଟା,ଜୟ ନିଆଲ, ନିଆଲ, ଲଳିତ, ବାଗ ଗୁଣଧର, ବାଗ ରୋହିତ ନିଆଲ ଯଦୁ ବାଗ, ତୁଲାରାମ, କାଶୀ ହେରର୍ନା ପ୍ରମୁଖ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More