ଉପଜିଲ୍ଲାପାଳଙ୍କୁ ଭେଟିଲେ ଆବାସ ଯୋଜନାରେ ବଞ୍ଚିତ ହୋଇଥିବା ଲୋକ

29

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) :- ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ପଂଚାୟତ ବୋରି ଗ୍ରାମର କୋଡିଏ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆସି ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନ ହୁଏ ତାହେଲେ ଅଫିସ ଆଗରେ ଧାରଣା ଦେବୁବୋଲି ଚେତାବନୀ ଦେଇଛନ୍ତି ହିତାଧିକାରୀ l ସୂଚନା ଅନୁସାରେ ଗତ ତିତିଲି ମହାବାତ୍ୟା ରେ ଗାଙ୍ଗପୁର ପଂଚାୟତର ବହୁତ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ବହୁ ଲୋକ ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି l ଥିବାଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ନଥିବା ଲୋକଙ୍କୁ ମିଳିବ ମିଳିବ କହି ଭଣ୍ଡାଇ ଚାଲିଛନ୍ତି l ଲୋକମାନେ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ ପାଖରେ ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଆସୁଛନ୍ତି କିନ୍ତୁ କିଛି ସୁଫଳ ମିଳୁନାହିଁ l ଅନ୍ୟପଟେ ଆବାସ ଯୋଜନାରେ ପାତର ଅନ୍ତର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More