ଉପକୂଳ ରାଜପଥ ସ୍ଥାନାନ୍ତର ପ୍ରତିବାଦରେ ଖବରଦାତା ସମ୍ମିଳନୀ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ଉପକୂଳ ରାଜପଥ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯେଉଁ ଘୋଷଣା କରିଥିଲେ ତାହା ବାରମ୍ବାର ପରିବର୍ତ୍ତିତ ହେଉଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ବାଲିକୁଦା ଶାଖା । ଏ ସମ୍ପର୍କରେ ଆଜି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ବାଲିକୁଦା ଶାଖା ପକ୍ଷରୁ କମିଟିର ଆବାହକ ସତ୍ୟବ୍ରତ ବିଶ୍ୱାଳ ଓ ରମେଶ ଚନ୍ଦ୍ର ବହିରାଙ୍କ ସଭାପତିତ୍ୱରେ ଜଗତସିଂହପୁର ସଦର ମହକୁମାର ଡାକବଙ୍ଗଳା ପରିସରରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ନୂତନ ଭାବେ ପ୍ରସ୍ତାବିତ ହୋଇଥିବା ଏହି ରାଜପଥ ନିର୍ମାଣ ପ୍ରକଳ୍ପ ବିରୋଧ କରାଯାଇଛି। ସୂଚନା ମୁତାବକ କେନ୍ଦ୍ର ସରକାର ପ୍ରଥମେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଏହି ରାଜପଥ ନିର୍ମାଣ କରିବାର ପ୍ରସ୍ତାବ ଗ୍ରହଣ କରିଥିଲେ। କିନ୍ତୁ ଏହି ନିର୍ମାଣ ଉପରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ଏହା ଉପରେ ରୋକ୍ ଲଗାଇଥିଲା ।ପରବର୍ତ୍ତୀ ସମୟରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ରାଜପଥକୁ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୂରରେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ ଏହି କମିଟି। ପ୍ରସ୍ତାବିତ ଅଞ୍ଚଳରେ ଏହି ରାଜପଥ ନିର୍ମାଣ ହେଲେ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡ଼ିବ। ତେଣୁ ନୂତନ ବିକଳ୍ପ ରାସ୍ତା ଡିଜାଇନ ପ୍ରସ୍ତୁତ କରି ପରିବେଶ ଅନୁମତି ପାଇଁ ଆବେଦନ କରିବାକୁ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ କମିଟି ବା ଇଏସି ଜାତୀୟ ରାଜପଥ କତ୍ତୃପକ୍ଷ ଙ୍କୁ କହିଥିଲେ। ପରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ଚିଲିକା, ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଭିତରକନିକାରୁ ଦୁରେଇ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଯାହା ଜଗତସିଂହପୁର ଜିଲ୍ଲା ପ୍ରତି କୌଣସି ସମସ୍ୟା ମଧ୍ୟ ନଥିଲା। ଏପରିକି ମନ୍ତ୍ରାଳୟ ଏକ୍ସପର୍ଟ ଆପ୍ରାଇଜାଲ କମିଟି ବା ଇଏସି କୌଣସି ରୋକ୍ ଲଗାଇ ନଥିଲେ।ଏପରିକି ରାଜପଥ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସା ରାଜପଥ ପାଇଁ ଅନୁକୂଳ ରହିଥିଲା। ଏହି ପ୍ରସ୍ତାବିତ ରାସ୍ତା ପୁରୀ ଜିଲ୍ଲାର ଅସ୍ତରଙ୍ଗ-ନଗର ନିକଟ ଦେଇ ଜଗତସିଂହପୁର ଜିଲ୍ଲାର ବଡ଼ବାଲି-ମାଙ୍କଡ଼ଖିଆ ନିକଟକୁ ବାହାରିଥିଲା। ଏହାପରେ ବାରବାଟିଆ-ଫୁଲବେଲାରୀ, କୁସୁପୁର, ତେନ୍ତୁଲି ବେଲାରୀ, ଗୋଡ଼ା, ଆମ୍ବିକି ପଞ୍ଚାୟତ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଯାଉଥିଲା। ବଡ଼ବାଲି ନିକଟରୁ ସମୁଦ୍ର ପ୍ରାୟ ୫କିମି ଭିତରେ ହେଉଥିବା ବେଳେ ବର୍ତ୍ତମାନର ପ୍ରସ୍ତାବିତ ଚୂଡାନ୍ତ ନକ୍ସା ଉପକୂଳ ଠାରୁ ପ୍ରାୟ ୨୫କିମିରୁ ଉର୍ଦ୍ଧ୍ବ ଦୂର ଦେଇ ଯାଉଛି। ଯାହାକି ଉପକୂଳ ରାଜପଥର ମୂଳ ଲକ୍ଷ୍ୟ ସାଧନ କରୁନାହିଁ ବୋଲି ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି। ଏପରିକି ଏନଏଚଏଆଇ ର ପୂର୍ବତନ ରାଜ୍ୟ ମୁଖ୍ୟ ଯେ କି ବୋରିକିନା ଅଞ୍ଚଳର ମୂଳ ବାସିନ୍ଦା, ସେ ତାଙ୍କ କ୍ଷମତାର ଅପବ୍ୟବହାର କରି ଏଭଳି ହୀନ ଚକ୍ରାନ୍ତ କରି ନକ୍ସା ପରିବର୍ତ୍ତନ କରିଥିବାର ବାଲିକୁଦା ବ୍ଳକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଡକ୍ଟର ଶଶାଙ୍କ ସାହାଣୀ, ସୁଚନା ଅଧିକାର ଆବାହକ ପ୍ରଶାନ୍ତ ରାଉତରାୟ, ସାମାଜିକ କର୍ମୀ ସୁବାଷ ଚନ୍ଦ୍ର ନାୟକ, ରାଜେଶ ମହାରଣା ପ୍ରମୂଖ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛନ୍ତି। ତେବେ ଯଦି କେନ୍ଦ୍ର ତଥା ରାଜ୍ୟ ସରକାର ଏହି ପ୍ରକଳ୍ପ ନିର୍ମାଣ ର ପୁନଃ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ଅଞ୍ଚଳବାସୀ ଭୋଟ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ବାଲିକୁଦା ଶାଖା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More