ଉପକୂଳ ରାଜପଥ ସ୍ଥାନାନ୍ତର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

24

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ଉପକୂଳ ରାଜପଥ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯେଉଁ ଘୋଷଣା କରିଥିଲେ ତାହା ବାରମ୍ବାର ପରିବର୍ତ୍ତନ ହେଉଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଜି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ବାଲିକୁଦା ଶାଖା ପକ୍ଷରୁ କମିଟିର ଆବାହକ ସତ୍ୟବ୍ରତ ବିଶ୍ୱାଳ ଓ ରମେଶ ଚନ୍ଦ୍ର ବହିରା ଙ୍କ ସଭାପତିତ୍ୱରେ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଜିଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାନୁସାରେ ନୂତନ ଭାବେ ପ୍ରସ୍ତାବିତ ହୋଇଥିବା ଏହି ରାଜପଥ ନିର୍ମାଣ ପ୍ରକଳ୍ପ ବିରୋଧ କରାଯାଇଛି। ରାଜପଥ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସା ରାଜପଥ ପାଇଁ ଅନୁକୂଳ ରହିଥିଲା। ଏହି ପ୍ରସ୍ତାବିତ ରାସ୍ତା ପୁରୀ ଜିଲ୍ଲାର ଅସ୍ତରଙ୍ଗ-ନଗର ନିକଟ ଦେଇ ଜଗତସିଂହପୁର ଜିଲ୍ଲାର ବଡ଼ବାଲି-ମାଙ୍କଡ଼ଖିଆ ନିକଟକୁ ବାହାରିଥିଲା। ଏହାପରେ ବାରବାଟିଆ-ଫୁଲବେଲାରୀ, କୁସୁପୁର, ତେନ୍ତୁଲି ବେଲାରୀ, ଗୋଡ଼ା, ଆମ୍ବିକି ପଞ୍ଚାୟତ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଯାଉଥିଲା। ବଡ଼ବାଲି ନିକଟରୁ ସମୁଦ୍ର ପ୍ରାୟ ୫କିମି ଭିତରେ ହେଉଥିବା ବେଳେ ବର୍ତ୍ତମାନର ପ୍ରସ୍ତାବିତ ଚୂଡାନ୍ତ ନକ୍ସା ପରିବର୍ତ୍ତନ ହୋଇ ଉପକୂଳ ଠାରୁ ପ୍ରାୟ ୨୫କିମି ରୁ ଉର୍ଦ୍ଧ୍ବ ଦୂର ଦେଇ ଯାଉଛି। ଯାହାକି ଉପକୂଳ ରାଜପଥ ର ମୂଳ ଲକ୍ଷ୍ୟ ସାଧନ କରୁନାହିଁ ବୋଲି ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି। ଜିଲାପରିଷଦ ସଭ୍ୟା ତଟିନା ସ୍ୱାଇଁ, ବାଲିକୁଦା ବ୍ଳକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଡକ୍ଟର ଶଶାଙ୍କ ସାହାଣୀ, ସୁଚନା ଅଧିକାର ଆବାହକ ପ୍ରଶାନ୍ତ ରାଉତରାୟ, ସାମାଜିକ କର୍ମୀ ସୁବାଷ ଚନ୍ଦ୍ର ନାୟକ, ରାଜେଶ ମହାରଣା ପ୍ରମୂଖ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ତେବେ ଯଦି କେନ୍ଦ୍ର ତଥା ରାଜ୍ୟ ସରକାର ଏହି ପ୍ରକଳ୍ପ ନିର୍ମାଣ ର ପୁନଃ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି ବାଲିକୁଦା ଶାଖା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More